ନୁସରତ ଜହାଁଙ୍କ ପିଲାର ବାପାକୁ ନେଇ ସୋସିଆଲ ମିଡ଼ିଆରେ ଉଠୁଛି ପ୍ରଶ୍ନ

ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ । କେତେ ବେଳେ ସ୍ୱାମୀ ଙ୍କୁ ନେଇ ପ୍ରଶ୍ନ ତ ଆଉ କେତେ ବେଳେ ପୁଅକୁ ନେଇ ପ୍ରଶ୍ନ ।

କୋଲକାତା: ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁ । କେତେ ବେଳେ ସ୍ୱାମୀ ଙ୍କୁ ନେଇ ପ୍ରଶ୍ନ ତ ଆଉ କେତେ ବେଳେ ପୁଅକୁ ନେଇ ପ୍ରଶ୍ନ । ପ୍ରଶ୍ନ ଜାଲରେ ବାରମ୍ବାର ଛନ୍ଦି ହୋଇ ରହିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ।
ନୁସରତ କିଛିଦିନ ତଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ନିକଟରେ ନୁସରତ ନିଜ ପୁଅର ନାଁ ଖୁଲାସା କରିଛନ୍ତି । ନବଜାତ ପୁଅର ନାଁ ‘ଇଶାନ’ ରଖିଛନ୍ତି । ଯାହା ଏବେ ସୋସିଆଲ ମିଡ଼ିଆରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ସମସ୍ତେ ଜାଣନ୍ତି କି କିଛି ଦିନ ପୂର୍ବେ ନୁସରତଙ୍କ ସ୍ୱାମୀ ନିଖିଲ ଜୈନଙ୍କ ସହ ବିବାଦ ପରେ ନିଖିଲ ଖୁଲାସା କରିଥିଲେ ଯେ ସେ ଏହି ପିଲାର ବାପା ନୁହନ୍ତି । ଏବେ ଶିଶୁର ଜନ୍ମ ଓ ତାର ନାଁକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ଏହି ନାଁ ଫିଲ୍ମ ଆକ୍ଟର ୟଶ୍ ଦାସଗୁପ୍ତାଙ୍କ ନାଁ ସହିତ ମେଳ ଖାଉଛି । ଆକ୍ଟର ୟଶ୍ ଦାସଗୁପ୍ତା କ’ଣ ଶିଶୁର ବାପା ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି ।
୨୦୧୯ରେ ନୁସରତ ଜାହାଁ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନପରେ ସେ ନିଖିଲଙ୍କ ଠାରୁ ଅଲଗା ହୋଇ ଯାଇଥିଲେ । ଏହାପରେ ତାଙ୍କ ବିବାହକୁ ନେଇ ବିବାଦ ବଢ଼ିଥିଲା । ଏପରିକି ସଂସଦ ଯାଏଁ ମଧ୍ୟ କଥା ଯାଇଥିଲା ।