ନୂଆପଡ଼ା ଫଳାଫଳକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ, ନୂଆପଡ଼ାରେ ହୋଇଛି କାରସାଦି

ନୂଆପଡ଼ା: ନୂଆପଡା ଫଳାଫଳକୁ ନେଇ ବିଜେଡି ଆଣିଲା ବଡ଼ ଅଭିଯୋଗ । ନିର୍ବାଚନରେ କାରସାଦି ହୋଇଥିବା ଅଭିଯୋଗ କଲେ ସ୍ନେହାଙ୍ଗିନୀ ଛୁରିଆ । ଯେଉଁ ଭୋଟ ମେସିନ୍‌ରେ ଆସିଛି ମୁଁ ତାକୁ ଆଗ୍ରାହ୍ୟ କରୁଛି । ଫଳାଫଳକୁ ମୁଁ ଖଣ୍ଡନ କରୁଛି, ନିର୍ବାଚନ କମିଶନଙ୍କୁ ମଧ୍ୟ ନିନ୍ଦା କରୁଛି । ନିର୍ବାଚନ ଦିନ ସଂଧ୍ୟା ୫ରେ ୭୫%, ୭ଟାରେ ୭୭% ମତଦାନ ଜଣାଇଲେ । ପରଦିନ ଦିନ ୧୦ଟାରେ ୮୧% ଓ ୧୨ଟାରେ ୮୩.୪୫% କହିଲେ । ନୂଆପଡ଼ା ନିର୍ବାଚନରେ ଅନେକ ଗୁଡ଼ିଏ ବିରଳ ରେକର୍ଡ ସୃଷ୍ଟି ହୋଇଛି । ସ୍ବାଧୀନତା ପରଠୁ ନୂଆପଡ଼ାରେ ଭୋଟିଂ ପ୍ରତିଶତ ୭୦% ଭିତରେ ରହିଛି । ଉପନିର୍ବାଚନରେ କଣ ହେଲା ୪୧ଟି ବୁଥ୍‌ରେ ୯୦%ରୁ ଅଧିକ ଭୋଟ୍ ବୋଲି ଅଭିଯୋଗ କରିଛନ୍ତି ସ୍ନେହାଙ୍ଗିନୀ ଛୁରିଆ ।

ସ୍ନେହାଙ୍ଗିନୀ କହିଛନ୍ତି, ମୋତେ ପ୍ରାର୍ଥୀ କରିଥିବାରୁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ । ମୋ ପଛରେ ଛିଡ଼ା ହୋଇ ସହଯୋଗ କଲେ, ପ୍ରଚାର କଲେ । ନୂଆପଡ଼ାବାସୀ ବିଜେଡିକୁ ଭଲପାଇବା ଦେଇଛନ୍ତି । ମୋତେ ଭଲ ପାଇବା ଦେଲେ । ଶଙ୍ଖ ଚିହ୍ନକୁ ସମର୍ଥନ ଜଣାଇଛନ୍ତି । ମୁଁ ହାରିଲା ପରେ ବି ମୋତେ ବହୁ ଲୋକ ଫୋନ୍ କରି ଧନ୍ୟବାଦ ଦେଇଛନ୍ତି । ମେସିନ ଭୋଟ୍‌କୁ ଅଗ୍ରାହ୍ୟ କରୁଛି । ନୀତି ନିୟମ ଭିତରେ ଭୋଟ୍ ହୋଇନି । ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନଙ୍କୁ ନିନ୍ଦା କରୁଛୁ । ବୁଥ୍ ରିଗିଂକୁ ବିରୋଧ କରିଛି । ପଦ୍ମ ଫୁଲରେ ଭୋଟ୍ ଦେବାକୁ ଭୋଟରଙ୍କୁ ଚାପ ପକେଇଥିଲା ବିଜେପି । ଭୋଟିଂ ପ୍ରତିଶତ ଘୋଷଣା ଉପରେ ସନ୍ଦେହ ଲାଗୁଛି । ଅନେକ କଥାକୁ ଅସମ୍ଭବକୁ ସମ୍ଭବ କରିଛି ବିଜେପି । ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଏସ୍‌ପି ଯାଏଁ ବିଜେପି ପାଇଁ କାମ କରୁଥିଲେ । କିଛି ବୁଥ୍‌ରେ ୯୦ ପ୍ରତିଶତରୁ ଅଧିକ ଭୋଟିଂ ସନ୍ଦେହ ଜାତ ହେଉଛି । ୪୧ ବୁଥ୍‌ରେ ୯୦ରୁ ଅଧିକ ପ୍ରତିଶତ ଭୋଟିଂ ପାର ହୋଇଛି । ୫ଟାରେ ଭୋଟ୍ ସରିଛି । ନିର୍ବାଚନକୁ ଖେଳଘର ଭାବିଛନ୍ତି ନିର୍ବାଚନ କମିଶନ ? ନୂଆପଡ଼ା ଏନ୍ଏସି ବ୍ୟତୀତ ଅନ୍ୟ ସବୁ ବୁଥ୍‌ରେ ରିଗିଂ ଓ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ସ୍ନେହାଙ୍ଗିନୀ । ମୁଁ ବିଭିନ୍ନ ବୁଥ୍‌କୁ ଯାଇ ପ୍ରତିବାଦ କରିଥିଲି । ପୋଷ୍ଟାଲ ବାଲାଟ୍‌ରେ ୩୦୦ ଭୋଟ୍‌ ନାକଚ କରାଯାଇଛି । ଏହା ତଦନ୍ତ ସାପେକ୍ଷ । ଏନେଇ କୋର୍ଟକୁ ଯିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ଆମ ଦଳ ନେତା ନିଷ୍ପତି ନେବେ । ଟଙ୍କା ବାଣ୍ଟିଲେ ବିଜେପି ହେଲେ ଆମ ପିଲା ଗିରଫ ହେଲେ । ଆମ ପିଲାଙ୍କ ବିରୋଧରେ ଆର୍ମସ ଆକ୍ଟ ଲଗେଇ ଦେଲେ । ଭୋଟ୍ ଜାଲିଆତି କରିଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ନେହାଙ୍ଗିନୀ ଛୁରିଆ