କଟକରେ ନୂଆ-ଓ କାର୍ଯ୍ୟକ୍ରମ

କଟକ : କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି । ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି । ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ । ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଏଥିସହ କଟକ ବାଲିଯାତ୍ରା ଉପର ପଡ଼ିଆରେ ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ବିଏସକେଓ୍ବାଇ ନବୀନ କାର୍ଡ ପାଇବା ନେଇ ସୂଚନା ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଆସନ୍ତାକାଲିଠୁ ଏଥିପାଇଁ ଅନଲାଇନରେ ପଂଜୀକରଣ କରାଯିବ। ପ୍ରତି ପଞ୍ଚାୟତରେ ବାକି ରହିଥିବା ଲୋକଙ୍କୁ ଯୋଜନାରେ ସାମିଲ କରିବାକୁ 5T ଅଧ୍ୟକ୍ଷ ଆହ୍ବାନ ଦେଇଛନ୍ତି। ସହରାଞ୍ଚଳର ଲୋକ ପରବର୍ତ୍ତୀ ପର୍ଯ୍ୟାୟରେ ବିଏସକେଓ୍ବାଇ ନବୀନ କାର୍ଡ ପାଇବେ। ପ୍ରତି ପଞ୍ଚାୟତକୁ ଲକ୍ଷ୍ମୀ ଯୋଜନାରେ ସରକାରୀ ବସ ଗଡିବ। କଟକରେ ଫେବ୍ରୁଆରୀ ଶେଷ ସୁଦ୍ଧା ଯୋଜନାର ଶୁଭାରମ୍ଭ କରାଯିବ।

ଏହି ସଫଳ କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବରିଷ୍ଠ ନେତାଙ୍କ ସହ ମନ୍ତ୍ରୀ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | ଏହି ପରିପ୍ରେକ୍ଷୀରେ ସମସ୍ତ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ | ଏବଂ ମୁଖ୍ୟମନ୍ତ୍ରୀ କେତେ କଟକ ବାସୀଙ୍କୁ ଭଲ ପାଆନ୍ତି କଟକ ତାଙ୍କର ଜନ୍ମ ସ୍ଥାନ ବୋଲି ମଧ୍ୟ ଆଲୋଚନା କରିଥିଲେ।