ଏବେ ବିଦେଶ ଯାଇପାରିବେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌

ମୁମ୍ବାଇ :  ଆର୍ଯ୍ୟନ୍‌ ଖାନ୍‌ଙ୍କ ପାଇଁ ଖୁସି ଖବର। ଆର୍ଯ୍ୟନ୍‌ଙ୍କୁ ମିଳିବ ପାସ୍‌ପୋର୍ଟ।ବିଦେଶ ଯାତ୍ରା କରିପାରିବେ ମନୋରଂଜନଦେଶ ବିଦେଶ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଖାନ୍‌।ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସୂଚନାନୁସାରେ : ଗତ ବର୍ଷ ଡ୍ରଗ୍ସ କ୍ରୁଜ୍‌ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟନ୍‌। ଏହି ମାମଲାରେ ତାଙ୍କୁ କିଛି ଦିନ ପାଇଁ ଜେଲ ବି ଯିବାକୁ ପଡ଼ିଥିଲା। ଏଥିସହ ଏନ୍‌ସିବି ଆର୍ଯ୍ୟନ୍‌ଙ୍କ ପାସ୍‌ପୋର୍ଟକୁ ମଧ୍ୟ ଜବତ କରିଥିଲା।

କିନ୍ତୁ ମେ’ ମାସରେ ତାଙ୍କୁ ଡ୍ରଗ୍ସ କେସ୍‌ରେ କ୍ଳିନ୍‌ ଚିଟ୍‌ ମିଳିଥିଲା। କ୍ଲିନ୍‌ ଚିଟ୍‌ ମିଳିବା ପରେ ଆର୍ଯ୍ୟନ୍‌ ଖାନ୍‌ ଜୁନ୍‌ ୩୦ ରେ ପାସପୋର୍ଟ ଫେରିପାଇବାକୁ ସ୍ପେଶାଲ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ। ଏବେ ଏହି ମାମଲାର ଶୁଣାଣି କରି ଏନ୍‌ଡିପିଏସ୍‌ କୋର୍ଟ ଆର୍ଯ୍ୟନ୍‌ ଖାନ୍‌ଙ୍କ ପାସ୍‌ ପୋର୍ଟ ଫେରାଇବାକୁ କୋର୍ଟ ରେଜିଷ୍ଟ୍ରିକୁ ନିର୍ଦ୍ଦେଶ ଦେଇଛନ୍ତି। ପାସ୍‌ ପୋର୍ଟ ମିଳିବା ପରେ ଶାହାରୁଖଙ୍କ ପୁଅକୁ ବଡ଼ ଆଶ୍ୱସ୍ତି ମିଳିଛି।

ଏବେ ଆର୍ଯ୍ୟନ୍‌ ବିନା କୌଣସି ଅସୁବିଧାରେ ବିଦେଶ ଯାଇପାରିବେ। ଶୁଣାଣି ବେଳେ ଏନ୍‌ସିବି ଆର୍ଯ୍ୟନ୍‌ ଖାନ୍‌ଙ୍କ ପାସ୍‌ପୋର୍ଟକୁ ଫେରାଇବା ଉପରେ ବିରୋଧ ପ୍ରଦର୍ଶନ କରିନଥିଲା। ଏନ୍‌ସିବି କହିଛି ଯେ ତାଙ୍କ ଜାମିନ୍‌ ବଣ୍ଡ୍‌କୁ ରଦ୍ଦ କରିବା ଓ ପାସ୍‌ପୋର୍ଟକୁ ଫେରାଇବା ନେଇ କେହି ଆପତ୍ତି କରିନାହାନ୍ତି। ଏଣୁ କୋର୍ଟ ପକ୍ଷରୁ କୋର୍ଟ ରେଜିଷ୍ଟ୍ରିଙ୍କୁ ଆର୍ଯ୍ୟନ୍‌ଙ୍କ ପାସ୍‌ପୋର୍ଟ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।