ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । କବିସୂର୍ଯ୍ୟନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ । ପୀତାତଳି-ଚିକିଟି ରାସ୍ତାରେ ଗୋଳନ୍ଥରା ପୋଲିସ୍ର ଏନ୍କାଉଣ୍ଟର । ଆହତ ଅବସ୍ଥାରେ ସୁନୀଲ ନାହକକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ସୁନୀଲ ନାଁରେ ବିଭିନ୍ନ ଥାନାରେ ରହିଛି ୨୦ଟି ମାମଲା । ହତ୍ୟା, ରାହାଜାନି, ବୋମାମାଡ଼ ଭଳି ବିଭିନ୍ନ ମାମଲା ରହିଛି ।
ସୂଚନା ଅନୁସାରେ, ବ୍ରହ୍ମପୁର ଏସପିଙ୍କ ନିର୍ଦ୍ଦେଶରେ ଗୋଳନ୍ଥରା ଥାନା ଅଧିକାରୀ ବିବେକନନ୍ଦ ସ୍ୱାଇଁ ଓ ତାଙ୍କ ଟିମ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛନ୍ତି । ପୀତାତଳି – ଚିକିଟି ରୋଡ଼ରେ ଆଜି ଭୋରରୁ ସୁନୀଲକୁ ଧରିବାକୁ ସ୍ପେସିଆଲ ଟିମ ଚଢ଼ାଉ କରିଥିଲା । ହେଲେ ସୁନୀଲ ପୁଲିସ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲା । ପ୍ରତିଉତ୍ତରରେ ପୋଲିସ ମଧ୍ୟ ସୁନିଲ ଉପରକୁ ଗୁଳି ଚଳାଇଥିଲା । ସୁନିଲ ଦେହରେ ଗୁଳି ବାଜିଥିବାରୁ ସୁନିଲ ଆହତ ହୋଇଥିଲା । ଆହତ ଅବସ୍ଥାରେ ସୁନିଲକୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି । ତେବେ ସୁନିଲ ଏକ ଦୁର୍ଦ୍ଦାନ୍ତ ଅପରାଧୀ ନିମଖଣ୍ଡି ଥାନା ଲୁଟ୍ ଘଟଣା ସମେତ ଅନ୍ୟାନ୍ୟ ମାମଲାରେ ସମ୍ପୃକ୍ତ ରହି ଫେରାର ଥିଲା । ୨ ହତ୍ୟାକାଣ୍ଡ, ଡକାୟତି, ଚୋରି, ଛିନତାଇ ସହ ୨୦ଟି ସଙ୍ଗୀନ ମାମଲା ରହିଛି ସୁନିଲ ବିରୋଧରେ ।