ରାଜ୍ୟରେ ଗଠନ ହେବ ନୂଆ 12 NAC। ୨ଟି ନୂଆ ଏନଏସି ଗଠନ ପାଇଁ ବିଜ୍ଞପ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଅନୁଗୁଳ, ସମ୍ବଲପୁର, ବାଲେଶ୍ବର, ମୟୁରଭଞ୍ଜ, ରାୟଗଡା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଗଠନ ହେବ ନୂଆ ଏନଏସି । ମୁଖ୍ୟମନ୍ତ୍ରୀ କହିଛନ୍ତି ଉନ୍ନତ ଭିତ୍ତିଭୂମି ଓ ସହରୀକରଣ ବିକାଶର ଏକ ଗୁରୁତ୍ଵ ପୂର୍ଣ୍ଣ ଅଂଶ । କିନ୍ତୁ ରାଜ୍ୟରେ ମାତ୍ର ୧୭ ପ୍ରତିଶତ ଜନସଂଖ୍ୟା ସହରାଞ୍ଚଳରେ ରହୁଛନ୍ତି । ବାକି ଗ୍ରାମାଞ୍ଚଳରେ ରହୁଛନ୍ତି । ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ନୂଆ ଏନଏସି ସ୍ଥାପନ ପାଇଁ ନିଷ୍ପତ୍ତି ହୋଇଛି । ଏହା ସହରୀକରଣ ଓ ସ୍ଥାନୀୟ ପ୍ରଶାସନକୁ ଆହୁରି ସୁଦୃଢ଼ କରିବ।