ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ ଗଜଲ ଗାୟକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପଙ୍କଜ ଉଧାସ । ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ହେବେ ସେ ଅସୁସ୍ଥ ଥିଲେ । ପଙ୍କଜଙ୍କ ମୃତ୍ୟୁ ନେଇ ତାଙ୍କ ଝିଅ ନାୟାବା ଉଧାସ ସୂଚନା ଦେଇଛନ୍ତି । ଏହି ଖବର ଜଣାପଡ଼ିବା ପରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ୧୯୫୧ ମେ’ ୧୭ରେ ଗୁଜରାଟର ଜେଟପୁରରେ ପଙ୍କଜ ଜନ୍ମଗ୍ରହଣ କରିଥିଲେ । ନାମ୍ ଫିଲ୍ମର ଲୋକପ୍ରିୟ ଗୀତ ‘ଚିଠି ଆଇ ହେଟ୍ଟ’ ଗୀତର ଗାୟକ ହେଉଛନ୍ତି ପଙ୍କଜ । ଏହି ଗୀତ ତାଙ୍କୁ ଲୋକପ୍ରିୟତା ଦେଇଥିଲା । ସୂଚନା ଅନୁଯାୟୀ, ୨୦୦୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ପଙ୍କଜ ଉଧାସଙ୍କ ଜନ୍ମ ୧୭ ମଇ ୧୯୫୧ରେ ହୋଇଥିଲା । ସେ ତାଙ୍କ କ୍ୟାରିଅର ୧୯୮୦ ରେ ‘ଆହଟ’ ନାମରେ ଏକ ଗଜଲ ଆରବମରୁ ହୋଇଥିଲା । ଏହା ପରେ ସେ ଅନେକ ଆଲବମରେ ମଧ୍ୟ ଗୀତ ଗାଇଛନ୍ତି । ସେ ଜଣେ ଗଜଲ ଗାୟକ ଭାବରେ ଲୋକ ପ୍ରିୟ ହୋଇଥିଲେ । ଭାରତୀୟ ସଙ୍ଗୀତ ଜଗତରେ ତାଙ୍କୁ ତଲତ ଅଜିଜ ଏବଂ ଜଗଜିତ ସିଂହଙ୍କ ଭଳି ଅନ୍ୟ ପ୍ରସିଦ୍ଧ ଗଜଲ ଗାୟକଙ୍କ ସହ ତୁଳନା କରାଯାଇଥିଲା ।