ଭାରତର ଏଭଳି ଏକ କାଳୀ ମନ୍ଦିର , ଯେଉଁଠି ଭୋଗ ଲାଗେ ନୁଡୁଲ୍ସ ଓ ଚିପ୍ସ

ସାଧାରଣତଃ ମନ୍ଦିରରେ ଭଗବାନଙ୍କ ନିକଟରେ ଫଳ କିମ୍ବା ଲଡୁ-ପେଡା ଓ ମିଠା ଭଳି ଜିନିଷ ଭୋଗ ଲାଗୁଥିବା କଥା ସମସ୍ତେ ଜାଣିଥିବେ।

(କୋଲକତା) : ସାଧାରଣତଃ ମନ୍ଦିରରେ ଭଗବାନଙ୍କ ନିକଟରେ ଫଳ କିମ୍ବା ଲଡୁ-ପେଡା ଓ ମିଠା ଭଳି ଜିନିଷ ଭୋଗ ଲାଗୁଥିବା କଥା ସମସ୍ତେ ଜାଣିଥିବେ। କିନ୍ତୁ ଆମ ଦେଶରେ ଏଭଳି ଏକ ମନ୍ଦିର ରହିଛି, ଯେଉଁଠି ଭଗବନାଙ୍କୁ ଚାଇନିଜ୍ ଫୁଡ୍‌ର ଭୋଗ ଲାଗିଥାଏ। ପ୍ରସାଦରେ ମଧ୍ୟ ଲୋକଙ୍କୁ ନୁଡୁଲ୍ସ ଓ ଚିପ୍ସ ବଣ୍ଟା ଯାଇଥାଏ। ମା’ କାଳୀଙ୍କର ଏହି ମନ୍ଦିରରେ ଅଦ୍ଭୁତ ପ୍ରସାଦ ପୂଜା କରାଯିବାର ଏକ ଭିନ୍ନ ଚମତ୍କାରିତା ରହିଛି।

ସୂଚନାନୁଯାୟୀ , ଦେବୀ ମା’ଙ୍କୁ ଭୋଗରେ ନୁଡୁଲ୍ସ ଓ ଚିପ୍ସ ଲଗାଯାଉଥିବା ଏହି ମନ୍ଦିର କୋଲକାତାର ଟଗରାରେ ରହିଛି। ଏହି ଅଞ୍ଚଳ ଚାଇନା ଟାଉନ୍ ନାମରେ ପ୍ରସିଦ୍ଧ। ମନ୍ଦିରରେ ଏକ ଗଳି ରହିଛି। ତିବ୍ଦତ ଶୈଳିର ଏହି ଐତିହାସିକ ଗଳିରେ ପୁରୁଣା କୋଲକାତା ଓ ପୂର୍ବ ଏସିଆର ସୁନ୍ଦର ସଂସ୍କୃତିର ଝଲକ ଦେଖିବାକୁ ମିଳିଥାଏ। ଆଶ୍ଚର୍ଯ୍ୟର କଥା ହେଉଛି ମନ୍ଦିରରେ ଦେବୀ ମା’ଙ୍କୁ ଭୋଗରେ ଚାଇନିଜ୍ ଫୁଡ୍ ସହିତ ଚୀନ୍‌ର ଧୂପକାଠି ମଧ୍ୟ ଲଗାଯାଇଥାଏ। ମନ୍ଦିରର ଭୋଗ ଭଳି ଧୂପକାଠିର ବାସ୍ନା ଅନ୍ୟ ମନ୍ଦିରଠାରୁ ଭିନ୍ନ ରହିଥାଏ।

ତେବେ ଏହି ମନ୍ଦିରରେ ଜଣେ ବଙ୍ଗାଳି ପୂଜାରି ପୂଜାପାଠ କରିଥାନ୍ତି ଓ ଖରାପ ଆତ୍ମାକୁ ଦୂର କରିବା ପାଇଁ ହାତରେ ତିଆରି କାଗଜ ଜଳାଇଥାନ୍ତି। ଟଗରାର ଏହି ଚାଇନିଜ୍ କାଳି ମନ୍ଦିର ପ୍ରାୟ ୨୦ ବର୍ଷ ପୁରୁଣା। ଏହି ମନ୍ଦିରକୁ ଚୀନ୍ ଓ ବଙ୍ଗାଳି ଦୁହିଁଙ୍କ ଦାନରେ ତିଆରି କରାଯାଇଥିଲା। ଯେତେବେଳେ ଚୀନର ଲୋକ ମନ୍ଦିରକୁ ଆସିବା ଆରମ୍ଭ କରିଥିଲେ, ତାଙ୍କୁ ଦେବୀ ମା’ଙ୍କ ଭୋଗରେ ନୁଡୁଲ୍ସ ଓ ଚିପ୍ସ ଚଢାଯାଇଥିଲା। ଚୀନର ଲେକ ଏହି ମନ୍ଦିରକୁ ଆସିବା ବେଳେ ଯୋତା ବାହାରେ ରଖି ଦେବୀଙ୍କ ପ୍ରଣାମ କରିଥାନ୍ତି। ତେବେ ତାଙ୍କର ପ୍ରଣାମ କରିବାର ଷ୍ଟାଇଲ ଚୀନ୍ ଭଳି ରହିଥାଏ।