ବ୍ୟୁରୋ: ଚିକିତ୍ସା ବିଜ୍ଞାନ ଅର୍ଥାତ ମେଡିସିନରେ ୨୦୨୩ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାର ପାଇଁ କ୍ୟାଟଲିନ କାରିକୋ ଏବଂ ଡ୍ରିଉ ୱିସମ୍ୟାନଙ୍କୁ ପ୍ରଦାନ କରାଯିବ । ନ୍ୟୁକ୍ଲିଓସାଇଡ୍ ଭିତ୍ତିକ ସଂଶୋଧନ ସମ୍ବନ୍ଧୀୟ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ଆବିଷ୍କାର କୋଭିଡ୍-୧୯ ବିରୋଧରେ ପ୍ରଭାବଶାଳୀ ଏମଆରଏନଏ ଟୀକା ବିକଶିତ କରିବାରେ ସକ୍ଷମ ହୋଇଛି। ବିଗତ ୧୨ ମାସ ମଧ୍ୟରେ ମାନବିକତାର ଉନ୍ନତି ପାଇଁ ଶ୍ରେଷ୍ଠ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଔଷଧ, ସାହିତ୍ୟ ଓ ଶାନ୍ତି ଭଳି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ସ୍ୱିଡେନର ବ୍ୟବସାୟୀ ତଥା ଡାଇନାମାଇଟ୍ ଉଦ୍ଭାବକ ଆଲଫ୍ରେଡ୍ ନୋବେଲଙ୍କ ସ୍ମୃତିରେ ଏହି ପୁରସ୍କାର ପ୍ରଦାନ କରାଯାଇଛି।