ବୁର୍ଲା VSSUT କ୍ୟାମ୍ପସରେ ଗାଡି ମନା 

ବୁର୍ଲା: ବୁର୍ଲା VSSUT କ୍ୟାମ୍ପସରେ ଗାଡି ମନା । ସମ୍ବଲପୁର ବୁର୍ଲା ଭିସୁଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଗାଡ଼ି ଚଳାଚଳ ଉପରେ ରୋକ ଲଗାଇଛି ୟୁନିଭର୍ସିଟି କତ୍ତୃପକ୍ଷ। ଦୁଇ ଓ ଚାରି ଚକିଆ ଗାଡ଼ି ଯେପରି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ଚାଲିବନି ସେ ନେଇ ଏଭଳି ପଦକ୍ଷେପ ନିଆଯାଇଛି।

ରାସ୍ତା ଦୁର୍ଘଟଣା ଯୋଗୁଁ ଦୁଇ ଜଣ ଛାତ୍ରଙ୍କ ଜୀବନ ଯାଇଛି, ତେଣୁ ଏହାକୁ ଏଡ଼ାଇବାକୁ ଏଭଳି ପଦକ୍ଷେପ ନିଆଯାଇଛି। ତାସହ ନିୟମ ଉଲ୍ଳଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।