ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନାହିଁ; ସୁପ୍ରିମକୋର୍ଟ

ଆଇନଜୀବୀଙ୍କ ଆନ୍ଦୋଳନରେ ଖପ୍ପା ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇନଜୀବୀଙ୍କ ଆନ୍ଦୋଳନରେ ଖପ୍ପା ହେଲେ ସୁପ୍ରିମକୋର୍ଟ । ଆନ୍ଦୋନର ସମୟରେ ଆଇନଜୀବୀଙ୍କ ଆଚରଣ ତରିକାକୁ ନେଇ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ । ଆଜି ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି କରିଛନ୍ତି । ଓକିଲମାନଙ୍କ ଦ୍ୱାରା କରାଯାଇଥିବା ଦାବିକୁ ଅନାବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏ ସହ ସିଧାସଳଖ ଭାବେ ହାଇକୋର୍ଟରେ ବେଞ୍ଚ ସ୍ଥାପନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।କୋର୍ଟଙ୍କ କହିବା ମୁତାବକ, ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନାହିଁ । ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଓକିଲ ସଂଘଠାରୁ ଆନ୍ଦୋଳନ ବନ୍ଦ ନେଇ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।ଏଥି ସହ ହାଇକୋର୍ଟକୁ କଟକରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯିବା ନେଇ କଡା ଟିପ୍ପଣୀ ରଖିଛନ୍ତି ହାଇକୋର୍ଟ । ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ହୋଇପାରିବ ନାହିଁ ।

ତେବେ ସମ୍ବଲପୁର ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଆନ୍ଦୋଳନ ସମୟରେ ହୋଇଥିବା ଭଙ୍ଗାରୁଜା ସମ୍ପର୍କରେ କୋର୍ଟଙ୍କୂ ଅବଗତ କରାଇଥିଲେ ଆଇଜି ।ତେବେ ଏ ପରିସ୍ଥିତି ପାଇଁ ସମ୍ପୁଣର୍୍ର୍ ଭାବେ ପୋଲିସକୁ ଦାୟୀ କରିଥିଲେ ବିଚାରପତି । ୧୫ ପ୍ଳାଟୁନ୍ ଫୋର୍ସ ଥାଇ ଏପରି ପରିସ୍ଥିତ କାହିଁକି ହେଲା ବୋଳି ପ୍ରଶ୍ନ କରିଥିଲେ ବିଚାରପତି । ଏଥି ସହ ସୁପ୍ରିମକୋର୍ଟ ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ ବୋଲି କହିବା ସହ ଶାନ୍ତି ଶୃଙ୍କଳାରେ କୋର୍ଟ କାର୍ଯ୍ୟ ଚାଲିବା ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।