ସମ୍ବଲପୁର: ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ ସୂଚନା । ମା’ ସମଲେଇଙ୍କ ଧବଳମୁଖୀ ବେଶ ଦର୍ଶନ ସମୟରେ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି । ପାର୍ବଣ ପୂର୍ବରୁ ହେବ ନାହିଁ ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ । ସେହିପରି ନୂଆପଡ଼ା ଉପନିର୍ବାଚନରେ ପଦ୍ମ ଫୁଟିବ ବୋଲି କହିଲେ ମନମୋହନ । ନୂଆପଡ଼ା ଉପନିର୍ବାଚନରେ ଚାଷୀଙ୍କୁ ବୋନସ୍ ଓ ବିକାଶ ରହିବ ମୁଖ୍ୟ ପ୍ରସଙ୍ଗ ।
ଆଜି ସମ୍ବଲପୁର ଗସ୍ତବେଳେ ମନମୋହନ ସାମଲ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ମନମୋହନ କହିଛନ୍ତି ଯେ, ନିଗମ ଆଉ ବୋର୍ଡ ପାଇଁ ଏବେ ଯୋଜନା ଚାଲିଛି। ଖୁବ୍ ଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ ହେବ। ହେଲେ ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ଏବେ ହେବନି।