ମଦୁରାଇ ପାଲଟିଲା ଜନସମୁଦ୍ର, ଥାଲାପତି ବିଜୟଙ୍କୁ ଦେଖିବା ପାଗଳ ହେଲେ ଫ୍ୟାନ୍

ନୂଆଦିଲ୍ଲୀ: ଅଭିନେତାରୁ ନେତା ବନିବାକୁ ଚେଷ୍ଟା କରୁଥିବା ଅଭିନେତା ବିଜୟ ଆଜି ମଦୁରାଇରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି। TVK କନଫରେନ୍ସ ପାଇଁ ମଦୁରାଇ ପାଲଟିଛି ଜନସମୁଦ୍ର। ଅଭିନେତା ବିଜୟଙ୍କୁ ଦେଖିବା ପାଇଁ ପାଗଳ ହୋଇଛନ୍ତି ଫ୍ୟାନ୍। ନିକଟରେ ଟିଭିକେ ନାମରେ ଦଳ ଗଠନ କରିଥିବା ବିଜୟ ଆଜି ପାରାପଠୀରେ ବଡ଼ ଘୋଷଣା କରିଛନ୍ତି। ଏଠାରେ ଦଳର ଦ୍ୱିତୀୟ ରାଜ୍ୟ ସ୍ତରୀୟ ସମାବେଶ ଆୟୋଜନ କରାଯାଥିବା ବେଳେ ହଜାର ହଜାର କର୍ମୀ, ନେତା ଓ ସମର୍ଥକ ଉପସ୍ଥିତ ରହିଥିଲେ। ଦୀର୍ଘ କିମି ଧରି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ଅଭିନେତା ବିଜୟଙ୍କ ଟିଭିକେ ଦଳ ଆସନ୍ତା ବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ରାଜନୈତିକ ପଦାର୍ପଣ କରିବ। ମାଦୁରାଇରେ ଅନୁଷ୍ଠିତ ଦଳର ଦ୍ୱିତୀୟ ରାଜ୍ୟ ସମ୍ମିଳନୀ ସମୟରେ, ବିଜୟ ସୂଚିତ କରିଥିଲେ ଯେ ତାଙ୍କ ଦଳ ଅନେକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ବିଜୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ ଶାସକ ଡିଏମକେ କିମ୍ବା ଭାଜପା ସହିତ ମେଣ୍ଟ କରିବ ନାହିଁ। ସେ କହିଛନ୍ତି ଯେ ଟିଭିକେ ସମ୍ପୂର୍ଣ୍ଣ ଏକାକୀ ନିର୍ବାଚନ ଲଢ଼ିବ । ବିଜୟ ବିଜେପିକୁ ଦଳର “ଏକମାତ୍ର ଆଦର୍ଶଗତ ପ୍ରତିଦ୍ୱନ୍ଦ୍ୱୀ” ଏବଂ ଡିଏମକେକୁ “ଏକମାତ୍ର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ” ବୋଲି ନାମିତ କରିଛନ୍ତି। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ତାମିଲନାଡୁରେ ୨୦୨୬ ନିର୍ବାଚନ କେବଳ ଡିଏମକେ ଏବଂ ଟିଭିକେ ମଧ୍ୟରେ ହେବ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ସମର୍ଥକ ଉପସ୍ଥିତ ଥିଲେ । ଏହି ସମୟରେ ବିଜୟ କୌଣସି ପ୍ରମୁଖ ଦଳ ସହିତ ମେଣ୍ଟ ନକରି ତାଙ୍କ ଦଳ ଏକାକୀ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସ୍ପଷ୍ଟ କରିଛନ୍ତି । ଆଜିର ଏହି ମେଗା କାର୍ଯ୍ୟକ୍ରମରେ ଥଲାପତି ବିଜୟଙ୍କ ହଜାର ହଜାର ପ୍ରଶଂସକ ଯୋଗ ଦେଇଥିଲେ ।