ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାର ରାଜନୀତିକୁ ଆସିବେ । ଗତ ବର୍ଷଠାରୁ ଆଲୋଚନା ହେଉଥିବା ବେଳେ ଏହା ଏବେ ଜୋର ଧରିଛି। ନୀତୀଶଙ୍କ ବୟସ ବଢୁଥିବାରୁ ଜେଡି (ୟୁ)ର ଅନେକ ନେତା ଓ କର୍ମୀ ଚାହୁଁଛନ୍ତି ନିଶାନ୍ତ କୁମାର ମଇଦାନକୁ ଓହ୍ଲାନ୍ତୁ ବୋଲି । କିଛି ସହଯୋଗୀ ଦଳ ମଧ୍ୟ ନିଶାନ୍ତଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି । ହେଲେ ଏଯାଏଁ ଏହି ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି ନିଜେ ନିଶାନ୍ତ କୁମାର ।
ସେହିପରି ତାଙ୍କ ବାପା ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ କିଛି କହି ନାହାନ୍ତି। ଇତି ମଧ୍ୟରେ ଜେଡି (ୟୁ)ର ପାଟନା ସ୍ଥିତ କାର୍ୟ୍ୟାଳୟ ବାହାରେ ଗେଟ୍ ପାଖରେ ନିଶାନ୍ତଙ୍କ ସମର୍ଥନରେ ଏକ ବଡ଼ ପୋଷ୍ଟର ଲାଗିଛି। ଯାହାକୁ ପାର୍ଟିର କିଛି କାର୍ଯ୍ୟକର୍ତ୍ତା ଏହି ପୋଷ୍ଟର ଲଗାଇଛନ୍ତି । ଯେୁଁ ପୋଷ୍ଟରରେ ନୀତୀଶ କୁମାରଙ୍କ ସହିତ ନିଶାନ୍ତଙ୍କ ଫଟୋ ରହିଛି। ଆଉ ଏଥିରେ ଲେଖାଯାଇଛି- ‘ବିହାର କରେ ପୁକାର, ଆଇୟେ ନିଶାନ୍ତ କୁମାର’। ନିଶାନ୍ତ କୁମାର ରାଜନୀତିକୁ ଆସନ୍ତୁ ବୋଲି ଏହି କାର୍ୟ୍ୟକର୍ତ୍ତାମାନେ ଅନୁରୋଧ କରିଛନ୍ତି। ଏହି କାର୍ୟ୍ୟକର୍ତ୍ତାଙ୍କ ଫଟୋ ମଧ୍ୟ ଉକ୍ତ ପୋଷ୍ଟରରେ ରହିଛି।