ସେପଟେ କଟକ ଜୋବ୍ରା ସ୍ଥିତ ବିଜୁପଟ୍ଟନାୟକ ଫିଲ୍ମ ଅନୁଷ୍ଠାନ ରେ ଆରମ୍ଭ ହୋଇଛି ନିର୍ମଳ ପାଣ୍ଡେ ଷଷ୍ଠ ସ୍ମାରକି ଚଳଚ୍ଚିତ୍ର ଉତ୍ସବ। ତେବେ ବଲିଉଡ୍ ଅଭିନେତା ସ୍ବର୍ଗତ ନିର୍ମଳ ପାଣ୍ଡେଙ୍କ ସ୍ମୃତିରେ ନିର୍ମଳ ପାଣ୍ଡେ ଷଷ୍ଠ ସ୍ମାରକୀ ଚଳଚ୍ଚିତ୍ର ମହୋତ୍ସବ କଟକରେ ଆରମ୍ଭ ହୋଇଛି। ନିର୍ମଳ ପାଣ୍ଡେ ସ୍ମୃତି କମିଟି ଦ୍ଵାରା ଯୋବ୍ରାସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଅନୁଷ୍ଠାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବଲିଉଡ୍ ଅଭିନେତା ସଞ୍ଜୟ ବାତ୍ରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଭିନେତା ମହେନ୍ଦ୍ର ସିଂହ, ବିଶିଷ୍ଟ ପ୍ରଡକ୍ସନ ଡିଜାଇନର ଜୟନ୍ତ ଦେଶମୁଖ, ଭାରତୀୟ କଳାକାର ସଂଘ ସିମଲାର ସଭାପତି ରେଖା ଗୌର, ଚଳଚ୍ଚିତ୍ର ମହୋତ୍ସବର ନିର୍ଦ୍ଦେଶକ ଅନିଲ ଦୁବେ ଏବଂ ବିଜୁ ପଟ୍ଟନାୟକ ଫିଲ୍ମ ଅନୁଷ୍ଠାନର ନିର୍ଦ୍ଦେଶକ ଶୁଭ୍ର ରଂଜନ ରାୟ ପ୍ରମୁଖ ଯୋଗଦେଇ ମହୋତ୍ସବକୁ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ସ୍ଵର୍ଗତ ନିର୍ମଳ ପାଣ୍ଡେଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଜୀବନ ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।