କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ , ପୁଣି ସମ୍ନାକୁ ଆସିଲା ୫ମାମଲା

ବ୍ୟୁରୋ: କେରଳରେ ଦ୍ରୁତ ଗତିରେ ବଢିଚାଲିଛି ନିପା ଭାଇରସ । ଏହି ଭାଇରସରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିବାରଲୋକେ ଏହି ଭାଇରସରେ ପିଡିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗତ କାଲା ପୁଣି ଆଉ ୫ଟି ମାମଲା ସାମ୍ନାକୁ ଆସିଛି । ଏନେଇ କେରଳର କୋଝୀକୋଡରେ ଜିଲ୍ଲାରେ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପଳ ଏ ଗୀତା ଘୋଷଣା କରିଛନ୍ତି । ଏହି ଭାଇରସରେ ସଂକ୍ରମିତ ୬୦ଜଣଙ୍କୁ ଚିହ୍ନଟ କରାଯାଇଛି । ସୂଚନା ରହିଛି, ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କଠାରେ ନିପା ଭାଇରସ ପଜେଟିଭ୍ ମିଳିଛି। ଏଥିପାଇଁ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଓଉଗଜ) ଦ୍ୱାରା ସଂକ୍ରମିତ ଲୋକଙ୍କ ଚିକିତ୍ସା ପାଇଁ ମୋନୋକ୍ଲୋନଲ ଆଣ୍ଟିବଡିସ୍ ଆଜି ଉପଲବ୍ଧ କରାଯିବ। ତେବେ ଚିକିତ୍ସାଧୀନ କର୍ମଚାରୀଙ୍କ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସିନାହିଁ।  ନିପା ଭାଇରସ ପାଇଁ ମୋନୋକ୍ଲୋନଲ ଆଣ୍ଟିବଡିସ୍ ଏକମାତ୍ର ମେଡିସିନ୍, ଯାହା ଚିକିତ୍ସା ପାଇଁ ଉପଲବ୍ଧ ହୋଇଛି । ହେଲେ ଆଇସିଏମଆର ପାଖରେ ଏହି ମେଡିସିନ୍ ପୂର୍ବରୁ ହିଁ ଉପଲବ୍ଧ ରହିଛି ।