କେରଳ ପରେ ତାମିଲନାଡୁରେ ନିପାହ ଭାଇରସ
କରୋନା ଭାଇରସ ପରେ ଆଉ ଏକ ଭାଇରସ ବ୍ୟାପିବା ଆରମ୍ଭ ହୋଇଯାଇଛି । କେରଳରେ ନିକଟରେ ନିପାହ ମାମଲା ସାମ୍ନାକୁ ଆସିଥିଲା ।
(ଦିଲ୍ଲୀ) : କରୋନା ଭାଇରସ ପରେ ଆଉ ଏକ ଭାଇରସ ବ୍ୟାପିବା ଆରମ୍ଭ ହୋଇଯାଇଛି । କେରଳରେ ନିକଟରେ ନିପାହ ମାମଲା ସାମ୍ନାକୁ ଆସିଥିଲା । ଏବେ ତାମିଲନାଡୁରେ ମଧ୍ୟ ଏକ କେସ୍ ସାମ୍ନାକୁ ଆସିଛି । ରବିବାର କେରଳରେ ଏକ ୧୨ ବର୍ଷୀୟା ଶିଶୁ ଏଥିରେ ପ୍ରାଣ ହାରିବା ପରେ ସମସ୍ତେ ଅଧିକ ସଜାଗ ହେବା ସହ ଚକିତ ଅଛନ୍ତି । ଅନ୍ୟପଟେ ଏଠାରେ କରୋନାର ତାଜା ଲହରୀ ପରିସ୍ଥିତିକୁ ଅଧିକ ଖରାପ କରିଛି । ଦେଶରେ ଯେତେ ବି ମାମଲା ଆସୁଛି ସେମାନଙ୍କ ମଧ୍ୟରୁ କେବଳ ୭୦ ପ୍ରତିଶତ କେରଳରୁ ଆସୁଛି । କେରଳ ପରେ ଏବେ ତାମିଲନାଡୁରେ ଦେଖିବାକୁ ମିଳିଛି ନିପା ଭାଇରସ ଆକ୍ଟିଭ୍ ରହିଛି । ଏହି ଭାଇରସର ଲକ୍ଷଣ ପ୍ରବଳ ଜ୍ୱର ହେବା । ଏହା ୨ ସପ୍ତାହ ପର୍ଯ୍ୟନ୍ତ ରହିଥାଏ । ଚିନ୍ତାର ବିଷୟ ଏହା ଯେ ଏହି ଭାଇରସ ଯୋଗୁଁ କୌଣସି ବି ବ୍ୟକ୍ତି ମାନସିକ ଚାପରେ ରହିଥାଏ ଯାହା କି ମୃତ୍ୟୁ ମୁଖକୁ ଟାଣିନିଏ ।
ସୂଚନାନୁଯାୟୀ , ଆପଣଙ୍କୁ କହିରଖୁଛୁ ନିପାହ ଭାଇରସ ସର୍ବପ୍ରଥମେ ୧୯୯୮ରେ ମାଲେସିଆରେ ନଜର ଆସିଥିଲା । ପଶ୍ଚିମବଙ୍ଗରେ ୨୦୦୧ରେ ଏହାର ଅନେକ ମାମଲା ଆସିଥିଲା । ଏହା ମଧ୍ୟ କରୋନା ଭାଇରସ ଭଳି ବିପଜ୍ଜନକ । କିନ୍ତୁ ଏହା ବାୟୁରେ ବ୍ୟାପିନଥାଏ । ନିପାହ ଭାଇରସ ପଶୁଙ୍କଠୁ ମଣିଷଙ୍କୁ ବ୍ୟାପିଥାଏ । ଏହାର ମୂଳ କାରଣ ବାଦୁଡି । କିନ୍ତୁ ତାଜା ମାମଲାରେ ମଣିଷଙ୍କଠୁ ମଣିଷଙ୍କୁ ମଧ୍ୟ ଏହା ବ୍ୟାପିବା ନେଇ ଡର ଥିବା କୁହାଯାଉଛି ।