ଭିଜିଲାନ୍ସ ଜାଲରେ ନୟାଗଡ଼ MVI ପଞ୍ଚାନନ ବେହେରା

ନୟାଗଡ଼ / ମାନସ  କୁମାର  ସାହୁ:  ନୟାଗଡ଼ ଆରଟିଓ ଅଫିସିର ଏମଭିଆଇ ପଞ୍ଚାନନ୍ ବେହେରାଙ୍କ କାର୍ଯ୍ୟାଳୟ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ର ଚଢ଼ାଉ। ନିଶ୍ଚିନ୍ତକୋଇଲି ବାଲିଆପଦା ଗାଁ ପୈତୃକ ଘରେ ଭିଜିଲାନ୍ସର ଚଢ଼ାଉ। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଥିବା ଭିଜିଲାନ୍ସ ପକ୍ଷରୁ ତଥ୍ଯ ଦିଆଯାଇଛି। ୬ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ୮ ଜଣ ଏଏସଆଇଙ୍କ ସମେତ ଅନ୍ଯ ଷ୍ଟାଫ ଏହି ଚଢାଉରେ ସାମିଲ ଅଛନ୍ତି। ନିଶ୍ଚିନ୍ତକୋଇଲି ବାଲିଆପଦା ଗାଁର ପୈତୃକ ଘର ସମେତ କଟକ, ଭୁବନେଶ୍ୱର, ନୟାଗଡରେ ଏହି ଚଢାଉ ଚାଲିଛି। ଭୁବନେଶ୍ୱରର ଶୈଳଶ୍ରୀ ବିହାରରେ ଅବସ୍ଥିତ ଦୁଇ ମହଲା କୋଠା, ଭୁବନେଶ୍ୱରର ପାଣ୍ଡାରା ଠାରେ ଏକ ମହଲା ଘର। ନୟାଗଡ଼ରେ ଅବସ୍ଥିତ ମଧୁସୂଦନ ନଗର ଭଡା ଘର, ନୟାଗଡ଼ର ଆରଟିଓ ଅଫିସ୍ ପରିସରରେ ଅବସ୍ଥିତ ଅଫିସ ଚାମ୍ବର, କଟକଜିଲ୍ଲା ସାଲିପୁର ଠାରେ ଥିବା ତାଙ୍କ ପିତୃପୁରୁଷ ଘର, ଖୋର୍ଦ୍ଧା ଜିଲ୍ଲାର ଗୋବିନ୍ଦପୁର ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରର ପାଣ୍ଡାରା, ସତ୍ୟ ବିହାରରେ ଅବସ୍ଥିତ ତାଙ୍କର ଅନ୍ୟ ସମ୍ପର୍କୀୟଙ୍କ ଘର ଉପରେ ଏକକାଳୀନ ଚଢ଼ାଉ ଚାଲିଛି। ପଞ୍ଚାନନ୍ ଜଗତସିଂହପୁରରୁ ଆସି ନୟାଗଡରେ ଗତ ପ୍ରାୟ ୧୪ମାସ ହେଲା କାର୍ଯ୍ଯ କରୁଛନ୍ତି। ବିଶେଷକରି ସେ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସେଣ୍ଟରର ଦାୟୀତ୍ବରେ ରହିଥିବାରୁ ସେଠାରେ ବ୍ଯାପକ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ହୋଇଆସୁଥିଲା।