ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ମାମଲାକୁ ଏନ୍ଆଇଏ କରୁଛି ଖୋଳତାଡ

ଜ୍ୟୋତି ମଲହୋତ୍ରା ମାମଲାରେ ଏନ୍ଆଇଏ ଖୋଳତାଡ ଆରମ୍ଭ କରିଛି । ଆତଙ୍କୀ ସ୍ପାଏ ଜ୍ୟୋତି ମଲହୋତ୍ରା ସହ ଓଡିଶା ଲିଙ୍କ୍ ଥିବା ଜଣାପଡିଛି । ତଥ୍ୟ ପ୍ରମାଣ ଏକାଠି କରିବା ପରେ ଖୁବ ଶୀଘ୍ର ୟୁଟ୍ୟୁବର ପ୍ରିୟଙ୍କା ସେନାପତିଙ୍କୁ ନିଜ ହେପାଜତକୁ ନେଇପାରେ ଏନ୍ଆଇଏ । ଜ୍ୟୋତି-ପ୍ରିୟଙ୍କା ସମେତ ଓଡ଼ିଶା ଲିଙ୍କ୍‌ର ଭିତିରିଆ ଘଣ୍ଟାଚକଟା ଆରମ୍ଭ ହୋଇଥିଲାବେଳେ, ଏମ୍‌ଏଚ୍‌ଏ ନିର୍ଦ୍ଦେଶକୁ ଅପେକ୍ଷା ରହିଛି ।


ଉଭୟଙ୍କ ଯୋଡିକୁ ନେଇ ଦେଶ ଉଠୁଛି ପଡୁଛି । ପାକିସ୍ତାନ ଲିଙ୍କରେ ବନ୍ଧା ହୋଇଥିବା ଜ୍ୟୋତିଙ୍କ ବୟାନ ଆଧାରରେ ଆରମ୍ଭ ହୋଇଛି ଝାଳବୁହା ଜେରା । ଓଡ଼ିଶା ଲିଙ୍କରେ ପୁରୀ ପୁଲିସ ହାତରେ ଥିବା ସବୁ ତଥ୍ୟ ଏବେ ଏନ୍‌ଆଇଏକୁ ଯାଇଛି ।
ପୁରୀରେ ପହଞ୍ଚିବା ପରେ ଜ୍ୟୋତି କୁଆଡ଼େ ଯାଇଥିଲେ ? କାହା କାହା ସହ ଭେଟ ହୋଇଥିଲେ ? କେଉଁଠି ରହିଥିଲେ ? ଶ୍ରୀମନ୍ଦିରକୁ କେତେଥର ଯାଇଥିଲେ ? ପୁରୀ ରେ ରହିବା ସମୟରେ କାହା କାହା ସହ ଯୋଗାଯୋଗରେ କରିଥିଲେ ? ପୁରୀ ପରେ ଅନ୍ୟ କେଉଁ ଜିଲ୍ଲାକୁ ଯାଇଥିଲେ କି ? କେବଳ ସେତିକି ନୁହେଁ, ପ୍ରିୟଙ୍କାଙ୍କ ସହ ସମ୍ପର୍କକୁ ନେଇ ଭିତିରି ଭାବେ ଯାଞ୍ଚ ଆରମ୍ଭ କରିସାରିଛି ଏନ୍‌ଆଇଏ ।
ଏହାକୁ ଦୃଷ୍ଠିରେ ରଖି ଭୁବନେଶ୍ୱରରେ ନୂଆ ଏନ୍‌ଆଇଏ ଥାନା ଖୋଲିଛି । ଥାନା ଦାୟିତ୍ୱରେ ଏସ୍‌ପି ରାଙ୍କର ଅଧିକାରୀ ମାନେ ନିଯୁକ୍ତ ହୋଇଛନ୍ତି । ଏହି ଥାନା ଆତଙ୍କୀ ହମ୍‌ଲା, ମାଓବାଦୀ କାର୍ୟ୍ୟକଳାପ, ଜାଲିନୋଟ୍‌ କାରବାର, ମାନବ ଚାଲାଣ, ବିମାନ ଅପହରଣ, ସମୁଦ୍ର ଭିତରେ ଯୁଦ୍ଧ କନ୍ଦଳ, ସାଇବର ଅପରାଧ ଭଳି ଆନ୍ତର୍ଜାତିକ ଅପରାଧର ତଦନ୍ତ କରିବ ।