ବିଧବାମାନଙ୍କ ମାନବାଧିକାର ସୁରକ୍ଷା ଉପରେ NHRC ପରାମର୍ଶ । ପ୍ରାଥମିକତା ଭିତ୍ତି ରେ ଜିଲ୍ଲା ରେ ପାଳନ ପାଇଁ ନିର୍ଦ୍ଧେଶ । ସମସ୍ତ ଜିଲ୍ଲାରେ ବିଧବା ହିତାଧିକାରୀଙ୍କ ପାଇଁ ଆୟୋଜନ ହେବ ଆଧାର ଶିବିର । ଜିଲ୍ଲା ଆଇନ ସେବା ସଂଘଗୁଡ଼ିକ ଦ୍ୱାରା ବିଧବାମାନଙ୍କ ପାଇଁ ଆଇନ ସଚେତନତା ଶିବିର ଆୟୋଜନ ହେବ । ଶିବିରଗୁଡ଼ିକରେ ବିଧବାମାନଙ୍କର ବିଭିନ୍ନ ଅଧିକାର ଯେପରିକି ସମ୍ପତ୍ତିର ଉତ୍ତରାଧିକାର ଅଧିକାର, ଇତ୍ୟାଦି ଉପରେ ଆଲୋକପାତ ହେବ । ଜିଲ୍ଲା ପ୍ରଶାସନଗୁଡ଼ିକ ଏହି ଶିବିରଗୁଡ଼ିକ ଆୟୋଜନ କରୁଥିବା ଜିଲ୍ଲା ଆଇନ ସେବା ସଂଘଗୁଡ଼ିକୁ ପାଣ୍ଠି ପ୍ରଦାନ କରିବେ । ଆଶ୍ରୟସ୍ଥଳରେ ବିଧବାମାନଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବ, ନିୟମିତ ବ୍ୟବଧାନରେ ଡାକ୍ତର ଏବଂ ମନସ୍ତତ୍ତ୍ୱବିତଙ୍କ ଦ୍ୱାରା ଆଶ୍ରୟସ୍ଥଳ ପରିଦର୍ଶନ କରାଯିବ । ବିଧବାମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଜୀବନରେ ଅର୍ଥବୋଧ ଆଣିବା ପାଇଁ ପର୍ବପର୍ବାଣୀ ଏବଂ ସାଂସ୍କୃତିକ କାର୍ୟ୍ୟକଳାପ ପାଳନ ହେବ ।