ସୋନପୁରରେ ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଦାୟିତ୍ବ ଗ୍ରହଣ

ସୋନପୁର/ ଓମପ୍ରକାଶ ମିଶ୍ର : ପୌର ପରିଷଦର ନୂତନ ପୌରାଧ୍ୟକ୍ଷାଙ୍କ ଦାୟିତ୍ୱ ଗ୍ରହଣ । ସୋନପୁରରେ ପୌରାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିବା ତାମସି ତାମସ୍ମିତା ନାୟକ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବାହ୍ନରେ ପୌର କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ ବେଳେ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ । ସୁବର୍ଣ୍ଣପୁର ସହରର ବିଭିନ୍ନ ୱାର୍ଡରୁ ନିର୍ବାଚିତ କାଉନସିଲରଙ୍କ ଗହଣରେ ଦାୟିତ୍ବ ଗ୍ରହଣ କରିଥିଲେ ନୂତନ ପୌରାଧ୍ୟକ୍ଷା। ଦାୟିତ୍ବ ଗ୍ରହଣ ପରେ ପୌରାଧ୍ୟକ୍ଷା କହିଛନ୍ତି, ଜନସାଧାରଣଙ୍କ ସହଯୋଗରେ ସାଂସ୍କୃତିକ ସହର ସୁବର୍ଣ୍ଣପୁରକୁ ଏକ ସ୍ଵଚ୍ଛ, ସୁନ୍ଦର ଏବଂ ଉନ୍ନତ ସହର ଭାବେ ଗଢି ତୋଳିବା ପାଇଁ ଉଦ୍ୟମ ଜାରି ରହିବ ।