ଟ୍ରେନ ଚଳାଚଳ ପାଇଁ ନୂଆ ନିୟମ : ବଢିବ ନିରାପତ୍ତା ସହ ଟ୍ରେନର ବେଗ

0

ଭୁବନେଶ୍ୱର: ଟ୍ରେନ ଚଳାଚଳ ପାଇଁ ନୂଆ ପଦକ୍ଷେପ । ଏଣିକି ରେଳ ନିରାପତ୍ତା ବୃଦ୍ଧି ହେବ ସହ ଟ୍ରେନର ବେଗ ବଢିବ । ଭୁବନେଶ୍ୱର -ପଲାସା ରେଳ ସେକ୍ସନ ସୁରକ୍ଷା ବାଡ଼ କାର୍ଯ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଆରମ୍ଭ ହୋଇଛି। କେବଳ ଭୁବନେଶ୍ୱର ଓ ପଲାସା ରେଳ ଷ୍ଟେସନ ନୁହେଁ ଏହା ସହ ନିକଟସ୍ଥ ବ୍ରହ୍ମପୁର – ଗୋଳନ୍ଥରା ରେଳ ସେକ୍ସନର ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଏହି କାର୍ଯ୍ୟ ଚାଲି ରହିଛି । ଏଯାବତ ପ୍ରାୟ ୭ କିମି ସୁରକ୍ଷା ବାଡ କାମ କରାଯାଇଛି । ପ୍ରାୟ ୩.୯ କିମି ଅର୍ଥାତ ପଲାସା ଷ୍ଟେସନ ଅଂଚଳରେ ୨୪୦୦ ମିଟର ଓ ବ୍ରହ୍ମପୁର – ଗୋଳନ୍ଥରା ରେଳ ସେକ୍ସନରେ ୧୫୦୦ ମିଟର ଡବଲ ଡବ୍ଲୁ ମେଟାଲ ଵିମ କ୍ରାସ ବ୍ୟାରିଆର ନିର୍ମାଣ କରାଯାଇଛି । ଏହା ଛଡା ଭୁବନେଶ୍ୱର ପାଖରେ ୧୬୦୦ ମିଟର ଫିକ୍ସଡ଼ ନଟ ଫେନସିଂ ବ୍ୟାରିୟର ନିର୍ମାଣ ହୋଇଛି । ତେବେ ଫେନସିଂ ପାଇଁ ଏହି ସ୍ଥାନ ସବୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । କାରଣ ରେଳ ଧାରଣାର ଉଚ୍ଚତା ଚଳପ୍ରଚଳ ଅଞ୍ଚଳର ଭୂମିସ୍ତର ସହ ପ୍ରାୟ ସମାନ ରହୁଛି । ଫେନସିଂ ଦ୍ୱାରା ଗୃହପାଳିତ ପଶୁ ଓ ଅନାଧିକାର ପ୍ରବେଶ କୁ ରେଳ ଟ୍ରକ ପାର ହେବାରୁ ରୋକ ଯାଇପାରିବ। ଏହାଦ୍ୱାରା ସୁରକ୍ଷିତ ରେଳ ଚଳାଚଳ ହେବ ଏବଂ ରେଳଧାରଣାକୁ ଅନଧିକୃତ ପ୍ରବେଶ, ରେଳଧାରଣ ନିକଟରେ ଗୃହପାଳିତ ପଶୁଙ୍କୁ ଚରାଇବା, ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି ହେବ । ଏହି ବାଡ଼ କାର୍ଯ୍ୟକୁ ନିଶ୍ଚିତ କରିବା ଓ ଯେକୌଣସି ବ୍ୟାଘାତ ଏଡ଼ାଇବା ପାଇଁ ଟ୍ରାକ ନିକଟରେ ସୀମା ମଧ୍ୟରେ ପାଚେରୀ ନିର୍ମାଣ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସ୍ଥିତିରେ ରେଳ ଜମିର ସୀମାନ୍ତରେ ଫେନସିଂ ତିଆରି କରାଯାଉଛି । ସଠିକ ଦୂରତା ସହ ଜୋନାଲ ରେଳ କର୍ତ୍ତୃପକ୍ଷ ସ୍ଥିତି, ରକ୍ଷଣାବେକ୍ଷଣ ଆବଶ୍ୟକତା, ମଲ୍ଟି ଟ୍ରାକିଙ୍ଗ କାର୍ଯ୍ୟ, ଅନାଧିକାର ପ୍ରବେଶ ଓ ପ୍ରସ୍ତାବିତ ବାଡ଼ର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନିର୍ଭର କରିବ। ଏହି ପଦକ୍ଷେପ ଲେଭଲ କ୍ରସିଂ, ଆରଓବି, ଆରୟୁବି, ବ୍ରିଜ ଓ ପ୍ରବେଶ ନିୟନ୍ତ୍ରଣ ଆବଶ୍ୟକ କରୁଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହ ଟ୍ରାକ ପ୍ରବେଶକୁ ସିଲ କରିବାକୁ ଲକ୍ଷ ରଖିଛି । ତେବେ ରେଳ ମନ୍ତ୍ରଣାଳୟ ନିକଟରେ ୨୭୫.୦୧ କୋଟି ଟଙ୍କା ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ଭଦ୍ରକ – ପଲାସା, ଖୋର୍ଦ୍ଧାରୋଡ଼-ପୁରୀ ରେଳ ସେକ୍ସନର ରେଳ ଧାରଣା ପାର୍ଶ୍ବରେ ନିରାପତ୍ତା ବାଡ଼ କରିବାନିମନ୍ତେ ଟଙ୍କା ମଞ୍ଜୁର କରିଛି । ଏହା ସହ ଅଧିକ ବେଗରେ ଟ୍ରେନର ନିରାପଦ ଚଳାଚଳକୀ ମଧ୍ୟ ସହଜ କରିବ ପାଇଁ ଲକ୍ଷ ରହିଛି ।