ଭାରତୀୟ ଫୁଟବଲ ପାଇଁ ଆରମ୍ଭ ହେଲା ନୂଆ ଯୁଗ

ବ୍ୟୁରୋ:ସର୍ବଭାରତୀୟ ଫୁଟବଲ ସଂଘ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ତ୍ରେଭର କେଟେଲଙ୍କୁ ସଂଘର ମୁଖ୍ୟ ଖେଳ ପରିଚାଳକ ଭାବେ ନିଯୁକ୍ତି କରାଯାଇଛି । ଏ ନେଇ ଏଆଇଏଫ୍ଏଫ୍ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ଏଲଆଇଟି ରିଫରଙ୍ଗି ଡେଭଲପମେଣ୍ଟ ପ୍ଲାନ ଏହାର ନିଯୁକ୍ତି ପ୍ରକ୍ରିୟାର ଦାଇତ୍ୱ ନେଇଛି । ଏହି ସଂସ୍ଥାର ସହଯୋଗରେ ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିଛି ।

ସମଗ୍ର ଦେଶର ସମର୍ଥନ ପରେ କେଟେଲଙ୍କୁ ଏଆଇଏଫ୍ଏଫ୍ କମିଟି ତରଫରୁ ନିର୍ବାଚିତ କରାଯାଇଛି । ଏହି ଅବସରରେ ସଂଘର ସମ୍ପାଦକ ଡଃ ସାହାଜି ପ୍ରଭାକର୍ଣ୍ଣ କହିଛନ୍ତି ଏବେ ଭାରତୀୟ ଫୁଟୁବଲ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ହେବ । ଏକ ସ୍ୱତନ୍ତ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯାଇ ଭାରତକୁ ବିଶେଷ ସଫଳତା ପ୍ରଦାନ କରାଇବା ପାଇଁ କେଟେଲ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବା ନେଇ ଆଶାବାଦୀ ଅଛନ୍ତି ।