ସଂସଦ ପୋଷାକରେ ‘ପଦ୍ମ’ , ତାତିଲେ ବିରୋଧୀ

ସଂସଦ କର୍ମଚାରୀଙ୍କ ପୋଷାକରେ ‘ପଦ୍ମ’ । ନୂଆ ଡ୍ରେସ କୋଡକୁ ନେଇ ବିରୋଧୀ ଉଠାଇଲେ ପ୍ରଶ୍ନ । ପୋଷାକରେ ‘ପଦ୍ମ’ ଓ ଶାସକ ଦଳର ଚିହ୍ନ ସମାନ ହୋଇଥିବାରୁ ଡ୍ରେସକୋଡକୁ ନାପସନ୍ଦ କରିଛନ୍ତି ବିରୋଧୀ । ଦୁଇ ଗୃହର ମାର୍ଶଲ, ସୁରାକ୍ଷାକର୍ମୀ ଓ କର୍ମଚାରୀଙ୍କ ପାଇଁ ଜାରି ହୋଇଛି ଡେସ କୋଡ୍ । ନୂଆ ସଂସଦରେ କର୍ମଚାରୀମାନେ ନୂଆ ୟୁନିଫର୍ମ ପାଇବେ । ପୁରୁଣା ସଂସଦ ଗୃହରୁ ନୂଆ ସଂସଦ ଗୃହରେ ପ୍ରବେଶ ୧୯ ସେପ୍ଟେମ୍ବର ରହିଛି । ଗଣେଷ ପୂଜା ଦିନ ପ୍ରବେଶ ହେବ ।

ଆଜି ସଂସଦ ଗୃହର ଉଭୟ ପୁରୁଷ ଓ ମହିଳା କର୍ମଚାରୀଙ୍କ ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଡ୍ରେସ କୋଡ । ଚାମ୍ବର ଆଟେଡାଂଟଙ୍କ ସହ ସଂସଦର ଅଫିସରଙ୍କ ପାଇଁ ଏହି ୟୁନିଫର୍ମ ଜାରି ହୋଇଛି । ଗତକାଲି ଦୁଇ ଗୃହର ମାର୍ଶାଲ ଏବଂ ସୁରକ୍ଷାକର୍ମୀଙ୍କ ପାଇଁ ଜାରି ହୋଇଥିଲା ୟୁନିଫର୍ମ ।