ନୂଆଦିଲ୍ଲୀ-: ୧୫ ମିନିଟ ପାଇଁ ଅନ୍ଧାର ହେବ ଦିଲ୍ଲୀ । ରାତି ୮ଟାରୁ ୮.୧୫ ଯାଏଁ ଅନ୍ଧାର ହେବ ପୁରା ସହର । ମକଡ୍ରିଲ ପାଇଁ ଅନ୍ଧାର ହୋଇଯିବ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ । ଜରୁରୀ କାଳିନ ପରିସ୍ଥିତିର ମୁକାବିଲା ପାଇଁ ହେବ ମକଡ୍ରିଲ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ରହିଛି । ସେପଟେ ଅପରେସନ୍ ସିନ୍ଦୂର ପରେ ଅନେକ ଘରୋଇ ବିମାନ ଏବଂ ଏୟାର ପୋର୍ଟ ବନ୍ଦ କରିଛି ଭାରତ । ଅପରେସନ ସିନ୍ଦୂର ପରେ ଭାରତ ୨୦୦ ବିମାନର ଉଡାଣ ବାତିଲ କରିଛି ।
ଭାରତୀୟ ସେନା ଦେଇଛି କଡା ଜବାବ୍ । ଏପ୍ରିଲ୍ ୨୨ ତାରିଖରେ କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଯାଇଛି ୨୭ ହିନ୍ଦୁଙ୍କ ଜୀବନ । ବ୍ୟସ୍ତବହୁଳ ଜୀବନରୁ ଟିକେ ଅବକାଶ ନେଇ ମନ ଫୂର୍ତ୍ତି କରିବାକୁ ପହଲଗାମ୍ ଯାଇଥିବା ଭାରତୀୟଙ୍କୁ ଗୁଳିବିଦ୍ଧ କରିଦେଇଗଲେ ଟିଆରଏଫର ଆତଙ୍କୀ । ଏହି ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ପ୍ରଶ୍ରୟ ପାଇଥିବା ଲସ୍କର- ଏ -ତୋଇବାର ଏକ ମୁଖ୍ୟ ଅଙ୍ଗ ଯେଉଁଥିରେ ଉଭୟ ପାକିସ୍ତାନୀ ସେନାର ସମ୍ପୃକ୍ତି ଥିବା କୁହାଯାଉଥିଲା। ଏହାପରେ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ପାକ୍ ବିରୋଧୀ ସ୍କେଲାଗାନ୍ । ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିରୋଧରେ ଅସନ୍ତୋଷ । ଭାରତ ସରକାର ଅନେକ ବିଚାର ବିମର୍ଷ କରିବା ପରେ ମଙ୍ଗଳବାର ରାତିରେ ଆରମ୍ଭ କରିଦେଇଛନ୍ତି ଏୟାରଷ୍ଟ୍ରାଇକ୍ । ପାକିସ୍ତାନ ପାଖାପାଖି ୧୦୦ କିଲୋମିଟର ଭିତରକୁ ପଶି ୯ଟି ଆତଙ୍କବାଦୀ ଆକ୍ରମଣ କରିଛି ଭାରତୀୟ ବାୟୁସେନା