ନା ଟାୟାର୍ଡ ହୋଇଛି ନା ରିଟାୟାର୍ଡ ହୋଇଛି: ଶରଦ ପାୱାର

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠାତା ଶରଦ ପାଓ୍ବାର ଏବେ ନିଜର ଦଳର ନିୟନ୍ତ୍ରଣକୁ ବଜାୟ ରଖିବାକୁ ସଂଗ୍ରାମ କରୁଛନ୍ତି । ଶନିବାର ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ବକ୍ତବ୍ୟକୁ ଉଦ୍ଧାର କରି କହିଛନ୍ତି ଯେ ନା ସେ ଟାୟାର୍ଡ ହୋଇଛନ୍ତି ନା ରିଟାରାୟାର୍ଡ । ୨୦୦୯ ନିର୍ବାଚନ ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଦଳର ନେତୃତ୍ବ ଦେବା ବେଳେ ବାଜପେୟୀ ଏକଥା କହିଥିଲେ ।

ଶରଦ ପାୱାର କହିଛନ୍ତି ଯେ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ମୁଁ ଏନସିପିର ଭୂମିକା ସ୍ପଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରିବାକୁ ନିଷ୍ପତ୍ତି ନେଇଛି । ୟେଓ୍ବଲା ସଭାକୁ ଆସିବା ସମୟରେ ଲୋକଙ୍କ ମୁହଁର ହାବଭାବ ଦେଖି ମୋର ଆତ୍ମବିଶ୍ୱାସ ବଢିଛି ଯେ ମୁଁ ଟାୟାର କିମ୍ବା ରିଟାୟାର୍ଡ ନୁହେଁ । କିଛିଦିନ ତଳେ ଶରଦଙ୍କ ପୁତୁରା ଅଜିତ ପାଓ୍ବାର ତାଙ୍କୁ ଅବସର ନେବାକୁ ପରାମର୍ଶ ଦେବା ପରେ ଶରଦ ଏକଥା କହିଛନ୍ତି ।

ମୁଁ ପ୍ରଫୁଲ୍ଲ ପଟେଲଙ୍କ ବୟାନ ଶୁଣିବାକୁ ପାଇଛି । ଯେଉଁମାନେ ପାର୍ଟି ଜିନିଷ ଏବଂ ସାମଗ୍ରୀ ନେବା କଥା କହୁଛନ୍ତି ସେମାନଙ୍କୁ ଭଗବାନ ଜ୍ଞାନ ଦିଅନ୍ତୁ। ବିଜେପି ସହ ମିଶିବାକୁ ନେଇ ଚର୍ଚ୍ଚା ହୋଇଥିଲା ସତ କିନ୍ତୁ କୌଣସି ନିଷ୍ପତ୍ତି ନିଆଯାଇନଥିଲା ବୋଲି ସେ କହିଛନ୍ତି ।