ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନିଟ-ପିଜି ପରୀକ୍ଷା ଫଳ । nbe.edu.in ଓ natboard.edu.inରେ ଉପଲବ୍ଧ ହେଉଛି ଫଳ । ପରୀକ୍ଷା ଫଳ ନେଇ ଘୋଷଣା କରିଛି ନ୍ୟାସନାଲ ବୋର୍ଡ ଅଫ ଏକଜାମିନେସନ ଇନ ମେଡିକାଲା ସାଇନ୍ସ ବା NBEMS । ନିଟ୍-ପିଜି ୨୦୨୫ ଅଗଷ୍ଟ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା । ଚଳିତ ଥର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପରୀକ୍ଷା ଗୋଟିଏ ଥରରେ ଆୟୋଜନ ହୋଇଥିଲା । ଏହି ଜାତୀୟ ସ୍ତରୀୟ ଏଣ୍ଟ୍ରାନ୍ସ ପରୀକ୍ଷା ଡାକ୍ତରୀ ସ୍ନାତକଙ୍କ ପାଇଁ MD, MS, DNB (୬ ବର୍ଷିଆ ପାଠ୍ୟକ୍ରମ) ଏବଂ ପିଜି ଡିପ୍ଲୋମା ଭଳି ଶ୍ରେଷ୍ଠ ସ୍ନାତକୋତ୍ତର ଡାକ୍ତରୀ କାର୍ଯ୍ୟକ୍ରମଗୁଡ଼ିକରେ ପଢିବା ପାଇଁ ପ୍ରବେଶ ଦ୍ୱାର ।