ନୂଆଦିଲ୍ଲୀ: ଘୋଷଣା ହେଲା ନିଟ ପିଜି ୨୦୨୪ ପରୀକ୍ଷା ତାରିଖ । ପରୀକ୍ଷା କାର୍ୟ୍ୟକ୍ରମ ନାସନାଲ ବୋର୍ଡ ଅଫ୍ ଏଗଜାମିନେସନ ଇନ ମେଡିକାଲ ସାଇନ୍ସେସ (ଏନବିଇଏମଏସ)ର ଅଫିସିଆଲ ଓ୍ବେବସାଇଟ୍ ଦ୍ଭଭର.ରୟଙ୍କ.ସଦ୍ଭ ଜାରି କରାଯାଇଛି। ତେବେ ଆସନ୍ତା ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ବୋଲି କୁହାଯାଉଛି । ଖୁବଶୀଘ୍ର ରେଜିଷ୍ଟ୍ରେସନ ସିଡ୍ୟୁଲ ମଧ୍ୟ ଜାରି କରାଯିବ। ତେବେ କାଉନସେଲିଂ ଅଗଷ୍ଟ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ରହିଛି ।
ସୂଚନା ଅନୁଯାୟୀ, ନିଟ୍ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ବିଭିନ୍ନ ଏମଡି/ଏମଏସ ଏବଂ ଡିପ୍ଲୋମା ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏକକ ଏଣ୍ଟ୍ରାନ୍ସ ଭାବରେ ପ୍ରତିବର୍ଷ ଆୟୋଜିତ ହୋଇଥାଏ। ତେବେ ଚଳିତ ସପ୍ତାହରେ ହିଁ ନିଟ ପିଜି ୨୦୨୪ ପାଇଁ ରେଜିଷ୍ଟ୍ରେସନ ଏବଂ କାର୍ୟ୍ୟସୂଚୀ ଜାରି ହୋଇପାରେ ବୋଲି କୁହାଯାଉଛି ।