ଇତିହାସ ରଚିଛନ୍ତି ନୀରଜ ଚୋପ୍ରା

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଇତିହାସ ରଚିଛନ୍ତି ନୀରଜ ଚୋପ୍ରା । ଜାଭେଲିନ ଥ୍ରୋରେ ଭଲ ପ୍ରଦର୍ଶନ କରି ଚାରିଆଡୁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତେବେ ନିରଜ ଚୋପ୍ରୋ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଦୋହା ଡାଇମଣ୍ଡ ଲିଗରେ ରୌପ୍ୟ ପଦକ ଜିତିଛନ୍ତି । ଦୋହା ଡାଇମଣ୍ଡ ଲିଗରେ ୯୦ ଦଶମିକ ୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ତୃତୀୟ ଏସୀୟ ଖେଳାଳି ହୋଇଛନ୍ତି ନିରଜ ଚୋପ୍ରା । ଆଇଏଏନଏସ ରିପୋର୍ଟ ଅନୁସାରେ, ନିରଜ ତାଙ୍କ ତୃତୀୟ ପ୍ରୟାସରେ ୨୩ ମିଟର ଜାଭେଲିନ୍ ଥ୍ରୋ କରିଥିଲେ । ଏସୀୟ ଖେଳାଳି ହୋଇଛନ୍ତି । ତଥାପି ଏହି ଭାରତୀୟ ଖେଳାଳି ସ୍ୱର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ।ଜର୍ମାନୀର ଜୁଲିଆନ୍ ୱେବର ୯୧.୦୬ ମିଟର ଦୂରତାକୁ ଜାଭେଲିନ୍ ଫିଙ୍ଗି ଏହି ଲିଗ୍‌ର ଶ୍ରେଷ୍ଠ ସ୍କୋର କରିଥିଲେ। ଏହି ଜାଭେଲିନ୍ ଥ୍ରୋ ଇଭେଣ୍ଟରେ ଆଉ ଜଣେ ଭାରତୀୟ ଖେଳାଳି କିଶୋର ଜେନା ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । କିଶୋର ୭୮ ଦଶମିକ ୬୦ ମିଟରର ଦୂର ଜାଭେଲିନ୍ ଫିଙ୍ଗି ତାଙ୍କର ସର୍ବୋତ୍ତମ ସ୍କୋର କରିଛନ୍ତି ।