ମାଲକାନଗିରି: ଛତିଶଗଡ଼ ବିଜାପୁରରେ ଏନ୍କାଉଣ୍ଟରରେ ହାର୍ଡକୋର୍ ମାଓବାଦୀ ନିହତ । ଇନ୍ଦ୍ରାବତୀ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ଗୁଳି ବିନିମୟ । ମାଓବାଦୀଙ୍କ ଛତ୍ରଭଙ୍ଗ, ସର୍ଚ୍ଚ ଅପରେସନ ବେଳେ ଜଣଙ୍କ ମୃତଦେହ ଠାବ । ନିହତ ମାଓବାଦୀ ଭୈରବଗଡ଼ ଏରିଆ କମିଟି ମେମ୍ବର ଫଗନୁ ମାଡଭି । ଫଗନୁ ମାଡଭି ମୁଣ୍ଡ ଉପରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ ଜବତ ସୂଚନା ।

ବିଜାପୁର ପୋଲିସ ଅଧୀକ୍ଷକ ଡକ୍ଟର ଜିତେନ୍ଦ୍ର ଯାଦବ କହିଛନ୍ତି ଯେ ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳର ଅଡୱାରା-କୋଟାମେଟା ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ଡିଆରଜି ବିଜାପୁର ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ୍ ସମୟରେ ଶୁକ୍ରବାର ସକାଳ ୬ଟାରୁ DRG ବିଜାପୁର ଏବଂ ମାଓବାଦୀଙ୍କ ମଧ୍ୟରେ ରହି ରହି ଗୁଳି ବିନିମୟ ଜାରି ରହିଛି। ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ୍ ସମୟରେ ଏନକାଉଣ୍ଟର ସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ, ଗୋଟିଏ ୩୦୩ ରାଇଫଲ୍, ଗୋଟିଏ ୯mm ପିସ୍ତଲ, ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି ବୋଲି ଏସପି ବିଜାପୁର କହିଛନ୍ତି ।