ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ

0

ଝାଡ଼ଖଣ୍ଡ-: ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ନକ୍ସଲଙ୍କୁ ବଡ଼ ଝଟକା ।  ପୋଲିସ ଏବଂ ସିଆରପିଏଫ ର ମିଳିତ  ଟିମ୍‌ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ୧୦ରୁ ଅଧିକ ନକ୍ସଲ ନିହତ ହୋଇଥିବା ବେଳେ ପ୍ରାୟ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ନିହତ ନକ୍ସଲଙ୍କ ମଧ୍ୟରୁ ଅନେକଙ୍କ ଅନେକ ମୁଣ୍ଡ ଉପରେ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ବିବେକ ଏବଂ ଅରବିନ୍ଦ ଯାଦବ ନିହତ ହୋଇଥିବା ଜଣାପଡ଼ିଛି । ଏନକାଉଣ୍ଟର ପରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

ଝାଡ଼ଖଣ୍ଡ ପୋଲିସ ମୁଖ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ବୋକାରୋର ଲୁଗୁ ପାହାଡ଼ର ପାଦଦେଶ ଅଞ୍ଚଳରେ ନକ୍ସଲଙ୍କ ଏକ ବଡ଼ ଦଳ ବୁଲୁଥିବା ନେଇ ସୁରକ୍ଷା ବାହିନୀ ଖବର ପାଇଥିଲା । ଏନେଇ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଏକ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ନକ୍ସଲମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପାଲଟା ଜବାବରେ, ଝାଡ଼ଖଣ୍ଡ ପୋଲିସ ଏବଂ ସୁରକ୍ଷା ବାହିନୀ, ନକ୍ସଲମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।