ଅମୃତସରରେ ସିଦ୍ଧୁଙ୍କ ଶକ୍ତି ପ୍ରଦର୍ଶନ, ଲଞ୍ଚରେ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଅମରିନ୍ଦରଙ୍କ ନିମନ୍ତ୍ରଣ
ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ନେତାଙ୍କ ଭିତରେ ଜାରି ରହିଛି ବିବାଦ। ନଭଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ କରାଯିବା ପରେ ସମର୍ଥନ ମିଳିବାରେ ଲାଗିଛି।
(ପଞ୍ଜାବ) : ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜ୍ୟ କଂଗ୍ରେସ ନେତାଙ୍କ ଭିତରେ ଜାରି ରହିଛି ବିବାଦ। ନଭଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ କରାଯିବା ପରେ ସମର୍ଥନ ମିଳିବାରେ ଲାଗିଛି। ନୂଆ ନୂଆ ଅଧ୍ୟକ୍ଷ ହୋଇଥିବା ନଭଜୋତ ସିଂ ସିଦ୍ଧୁଙ୍କୁ ସମର୍ଥନ ମିଳିବା ଜାରି ରହିଛି। ବୁଧବାର ନଭଜୋତ ସିଂ ସିଦ୍ଧୁ ଅମୃତସରରେ ଅଛନ୍ତି ଓ ତାଙ୍କ ଘରେ ବିଧାୟକମାନେ ଏକାଠି ହେବାରେ ଲାଗିଛନ୍ତି। ନଭଜୋତ ସିଂ ସିଦ୍ଧୁଙ୍କ ଦାବି ଅନୁସାରେ, ତାଙ୍କ ସହିତ ୬୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।
ସୂଚନାନୁଯାୟୀ , ଅନ୍ୟପକ୍ଷେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ୨୧ ଜୁଲାଇ ଅର୍ଥାତ ଆଜି ସମସ୍ତ ବିଧାୟକ, ସାଂସଦଙ୍କୁ ପଞ୍ଚକୁଲାକୁ ଲଞ୍ଚ ପାଇଁ ନିମନ୍ତ୍ରଣ କରିଛନ୍ତି। ଯେତେବେଳେ ନଭଜୋତ ସିଂ ସିଦ୍ଧୁଙ୍କୁ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା, ତା ପରେ କ୍ୟାପଟେନ୍ ଏହି ନିମନ୍ତ୍ରଣ କରିଛନ୍ତି। ତେବେ ଏଥିରେ ସିଦ୍ଧୁଙ୍କୁ ନିମନ୍ତ୍ରଣ କରାଯାଇନି। ଏଭଳି ସ୍ଥିତିରେ ଦେଖିବାର ଅଚି କ୍ୟାପଟେନ୍ ଏହି ଲଞ୍ଚ ବାହାନାରେ କେନ୍ଦ୍ରୀୟ ନେତୃତ୍ବଙ୍କୁ କ’ଣ ବାର୍ତ୍ତା ଦେବାକୁ ଚାହାନ୍ତି।