‘ଦ କପିଶ ଶର୍ମା ଶୋ’କୁ ଫେରିପାରିବେ ନାହିଁ ସିଦ୍ଧୁ !

ମୁଖ୍ୟମନ୍ତ୍ରୀ ଆସନ ହେତୁ ସିଦ୍ଧୁଙ୍କ ସବୁ ପରିଶ୍ରମ ଏବେ ପାଣି ଫାଟିଯାଇଛି।

(ପଞ୍ଜାବ) : ମୁଖ୍ୟମନ୍ତ୍ରୀ ଆସନ ହେତୁ ସିଦ୍ଧୁଙ୍କ ସବୁ ପରିଶ୍ରମ ଏବେ ପାଣି ଫାଟିଯାଇଛି। ପଞ୍ଜାବ ନିର୍ବାଚନରେ ହାରି ଯାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତେବେ ସିଦ୍ଧୁଙ୍କ ନିର୍ବାଚନୀ ହାରିବା ଏବେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍‌ ସିଂହଙ୍କ ପାଇଁ ଅଡୁଆ ହୋଇଛି। ସିଦ୍ଧୁ କୁଆଡେ ଅର୍ଚ୍ଚନାଙ୍କ ଆସନ ଛଡାଇ ନେଇଯିବା ନେଇ ଚର୍ଚ୍ଚା ହେଉଛି।

ସୁହାନାନୁଯାୟୀ , ଏହାରି ଭିତରେ ଫିଲ୍ମମେକର ଅଶୋକ ପଣ୍ଡିତ ସିଦ୍ଧୁଙ୍କୁ କପିଲ ଶର୍ମା ଶୋ’କୁ ବ୍ୟାକ୍‌ କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ସିଦ୍ଧୁ ଚାହିଁଲେ ବି ‘ଦ କପିଶ ଶର୍ମା ଶୋ’କୁ ଫେରିପାରିବେ ନାହିଁ। ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋଇ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ପାକିସ୍ତାନକୁ ସମର୍ଥନ କରିବା ନେଇ ନନ୍‌ କପରେସନ୍‌ ଇସୁ କରିଛନ୍ତି। ଏହାର ଅର୍ଥ ସେ ‘କପିଲ ଶର୍ମା ଶୋ’କୁ ଯାଇପାରିବେ ନାହିଁ।