ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ରୋମ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପିଆଜା ଗାନ୍ଧୀସ୍ଥିତ ମହାତ୍ମା ଗାନ୍ଧୀ ମେମୋରିଆଲରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି । ଏହି ଅବସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ।

୨୦୧୮ରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକ ପାଳନ ଅବସରରେ ଜାତୀୟ କମିଟିର ପ୍ରଥମ ବୈଠକରେ ଶ୍ରୀ ପଟ୍ଟନାୟକ ଏକ ପ୍ରସ୍ତାବ ଆଗତ କରିଥିଲେ । ଭାରତୀୟ ସମ୍ବିଧାନ ପ୍ରଣୟନ ଦିଗରେ ଅହିଂସା ନୀତି ଓ ଆଦର୍ଶ ସମେତ ଶାନ୍ତିରେ ସମସ୍ତ କାର୍ଯ୍ୟ କରିବା ଉପରେ ସେ ଆଲୋକପାତ କରିଥିଲେ । ପରେ ୨୦୧୯ରେ ଲୋକସେବା ଭବନରେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତିକୁ ଅନାବରଣ କରିବା ସହିତ ଗରିବଙ୍କ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।