ଭୁବନେଶ୍ୱର: ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ -୨୦୨୫ରେ ଓଡିଶାକୁ ମିଳିଲା ସ୍ୱର୍ଣ୍ଣ ପଦକ । ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ -୨୦୨୫ରେ ମହିଳା ଟି -୪୭ ବର୍ଗରେ ୧୦୦ମିଟରରେ ପାରା ଆଥଲିଟ୍ ଜୟନ୍ତୀ ବେହେରାଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ତେବେ ବର୍ତ୍ତମାନ ତାମିଲନାଡୁ , ଚେନ୍ନରଇର ଜବାହାରଲାଲ ନେହେରୁ ଷ୍ଟାଡିୟମ ଠାରେ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ-୨୦୨୫ ଆୟୋଜିତ ହୋଇଛି । ଯାହା ଗତ ୧୨ ଫେବୃଆରୀରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ଫେବୃଆରୀ ପର୍ଯ୍ୟନ୍ତ ୨୩ ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ ଚାଲିବ । ଏହି ପ୍ରତିଯୋଗିତାରେ ଓଡିଶାର ୩୨ ଜଣ ପାରା ଆଥଲିଟ ଅଂଶ ଗ୍ରହଣ କରିଛନ୍ତି ।