ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା; ମୋଦିଙ୍କ ପରେ ଯୋଗୀ ହେବେ ପ୍ରଧାନମନ୍ତ୍ରୀ !

ଦିଲ୍ଲୀ; ମୋଦୀଙ୍କ ପରେ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ହେବେ କି? ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ହେଲେ କେବେ ହେବେ ? ଲଗାତର ଭାବେ ପ୍ରଧାନମନ୍ତ୍ରୀ ଆସନରେ ବସି ଆସିଛନ୍ତି ନରେନ୍ଦ୍ର ମୋଦି । ୨୦ ,୨୦୧୯ ଏବଂ ୨୦୨୪ରେ ସଫଳତା ହାସଲ କରି ଆସିଛି ଏନଡିଏ । କିନ୍ତୁ ଏବେ ଚର୍ଚ୍ଚା ହେଉଛି କି, ମୋଦି ପ୍ରଧାନମନ୍ତ୍ରୀ ପଦ ଛାଡିବେ, ଆଉ ସେହି ପଦବୀରେ ଯୋଗୀ ଆଦିତ୍ୟନାଥ ବସିବେ ।

କିନ୍ତୁ ଏ ସମ୍ପର୍କରେ ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଜ୍ୟୋତିର୍ବିଦ ମଧ୍ୟ ଗଣନା କରିଥିବା ଆଲୋଚନା ହେଉଛି । ଜ୍ୟୋତିର୍ବିଦ ଗଣନା କହୁଛି, ଆଗାମୀ ଦିନରେ ମୋଦି ଛାଡିବେ ପିଏମ୍ ପଦ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ପଦକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ମୁହଁ ଖୋଲିଛନ୍ତି, ୟୁପି ସିଏମ ଯୋଗୀ ଆଦିତ୍ୟ ନାଥ ।

ସେ କହିଛନ୍ତି, ରାଜନୀତିକୁ ସେ ତାଙ୍କର ପୂର୍ଣ୍ଣକାଳୀନ ଚାକିରି ବୋଲି ବିବେଚନା କରନ୍ତି ନାହିଁ । ରାଜନୀତିରେ କଣ ହେବ କହି ହେବ ନାହିଁ । କେତେବେଳେ କଣ ବି ଘଟିପାରେ । ହେଲେ ଏମିତି ପରିକଳ୍ପନା କୌଣସି ପ୍ରୟୋଜନ ବର୍ତ୍ତମାନ ଉତ୍ତରରେ ନାହିଁ ବୋଲି ଯୋଗୀ କହିଛନ୍ତି ।

ଯୋଗୀ ଆହୁରି ମଧ୍ୟ କହିଛନ୍ତି,ଦଳ ମୋତେ ୟୁପିର ଦାୟିତ୍ୱ ଦେଇଛି । ଏଠାକାର ଜନତାଙ୍କ ସେବା କରିବାକୁ ମୋତେ ଆନନ୍ଦ ମିଳିଛି । କିନ୍ତୁ ପ୍ରଧାମନ୍ତ୍ରୀ ଆଗକୁ ହେବେ କି ନାହିଁ ଏ ବିଷୟରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।