ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରରେ ଜାତୀୟ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ପୃଥ୍ୱୀରାଜ ମଣ୍ଡଳ,ପଞ୍ଚାୟତରାଜ୍ ଅଧିକାରୀ ଅଶୋକ ପଟ୍ଟନାୟକ,ଡି.ପି. ଏମ୍ ର ଆର ଜୀ ଏସ୍ ତପନ କୁମାର ବାହୁବଳେନ୍ଦ୍ର, ସଂସ୍କୃତି ଅଧିକାରିଣୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା, ମୁରଲୀଧର ପରିଛା।ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଭାରତର ସମ୍ବିଧାନକୁ ସମାପ୍ତ କରିବା ପାଇଁ 2 ବର୍ଷ 11 ମାସ ଓ 18 ଦିନ ସମୟ ଲାଗିଥିବା ସହ ଏହା ବିଶ୍ବର ବୃହତ୍ତମ ସଂବିଧାନ ଭାବେ ଡ଼ ବି ଆର ଅମ୍ବେଦକରଙ୍କ ଦ୍ବାରା ଲେଖା ଯାଇଥିବା କଥା ଉଲ୍ଲେଖ କରିଥିଲେ।ସଂବିଧାନ ହେଉଛି ଗୋଟିଏ ଦେଶର ଆତ୍ମା ଓ ଏହା ବିନା ତାହାକୁ ସାର୍ବଭୌମ ରାଷ୍ଟ୍ର କୁହା ଯାଇପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ଆମେ ସବୁ ଏକ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ଏହି ସଂବିଧାନ ଦିବସ ଉପଲକ୍ଷେ କବିତା ଚିତ୍ରାଙ୍କନ,ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ରଙ୍ଗଲି ରେ ସୁଭଦ୍ରା ଭୂୟାଁ, ରାଜଶ୍ରୀ ସ୍ୱାଇଁ,ଲକ୍ଷ୍ମୀ ପ୍ରିୟା ରାଉତ,ଚିତ୍ରାଙ୍କନରେ ସ୍ୱର୍ଣ୍ଣ ଲକ୍ଷ୍ମୀ ବେହେରା, ସୁଧାଂଶୁ ଶେଖର ବିଷୋୟୀ, କବିତାରେ ସତ୍ୟ ଵ୍ରତ ଜେନା,ସ୍ନେହା ବେହେରା,ସନ୍ଧ୍ୟା ରାଣୀ ପଣ୍ଡା ସୁନାନୀ ହର୍ଷ, ପ୍ରମୁଖ କୃତି ଛାତ୍ର ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଦସ୍ତଖତ ଅଭିଯାନ ସହ ଶପଥ ପାଠ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଳ ଓ ପରିମଳର ସଂଯୋଜକଙ୍କ ସମେତ ବହୁ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।