କାନାଡର ବ୍ରିଟିଶ କଲମ୍ବିଆରେ ଆଜି ଏକ ବିମାନ ଦୁର୍ଘଟଣାରେ ୩ଜଣ ମୃତ୍ୟୁ ହୋଇଛି । ମୃତକ ୩ଜଣ ମଧ୍ୟରେ ୨ଭାରତୀୟ ଟ୍ରେନ ପାଇଲଟ ରହିଛନ୍ତି । ପାଇଲଟ ଅଭୟ ଗଡରୁ ଏବଂ ୟଶ ବିଜୟ ରାମୁଗଡୋ ମୁମ୍ବାଇର ବୋଲି ଜଣାପଡିଛି । ଜାନାଡା ପୋଲିସ ଅଧୀକାରୀ ଏହି ଘଯଣା ବିଷୟରେ ସୂଚନା ଦେଇଛନ୍ତି । ଦୁଇଟି ଇଂଜିନ ଥିବା ହାଲୁକା ବିମାନ ପାଇପର ପିଏ-୩୪ ସେନେକା ଚିଲିବ୍ୟାକ୍ ସହର ନକଟରେ ଥିବା ଏକ ଜଙ୍ଗଲରେ ଗଛ ସହିତ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ପାଇଲଟ୍ଙ୍କ ସହିତ ଆଉ ଜଣେ ପାଇଲଟ୍ ବି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।