ବରୀ/ ପ୍ରଶାନ୍ତ ଦ୍ବିବେଦୀ : ବରୀ ବ୍ଲକ୍ ଅଧିନସ୍ଥ ନାଥପୁର ଠାରେ ଥିବା ନାଥେଶ୍ୱର ମହୋତ୍ସବ ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ନଥେଶ୍ୱର୍ ଶିବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ମହୋତ୍ସବ ୩ ତାରିଖ ରୁ ଆରମ୍ଭ ହୋଇ ସାତ ଦିନ ଧରି ବହୁ ଆଡ଼ମ୍ବରରେ ପାଳିତ ହୋଇଥିଲା। କଳସ ଯାତ୍ରା,ନାମ ଯଜ୍ଞ, ଗୀତା ଯଜ୍ଞ୍ୟ, ବାଦୀ ପାଲା, ଲୋକକଳା ଏକାଡେମୀ କୋଲକାତା ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ବରଗଡ଼ ମହନି ଲୋକକଳା ଏକାଡେମୀ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିସହ ଉଦ୍ଯାପନୀ ଉତ୍ସବରେ ଧାରପୁରସ୍ଥିତ ଓଁକାର ସୋସିଆଲ ଆରଗାନାଇଜେସନ ପକ୍ଷରୁ ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ଓଁକାରର ସଭାପତି ପ୍ରତିଷ୍ଠିତ ଗୀତିକାର ଦିଲିପ ଜେନାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଭଜନ ସଂଧ୍ୟାରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁସୟା ନାଥ, ବିଜୟ କୁମାର ସାହୁ ଓ ଉଦ୍ଘୋଷକ ତଥା କଣ୍ଠଶିଳ୍ପୀ ବିଭୂ ପ୍ରସାଦ ମିଶ୍ର ଏବଂ ସାଥିଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ନାଥେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହାର ସଭାପତି ଦିନବନ୍ଧୁ ଦାସ, ବରିଷ୍ଠ ସଦସ୍ୟ ଦେବେନ୍ଦ୍ର ଜେନା, ନିକୁଞ୍ଜ ଦାସ, କେଦାର ଜେନା, ବିଜୟାନନ୍ଦ ଜେନା, ବସନ୍ତ ଭୂୟାଁ, ବାବୁଲି ଦାସ,ସୁଶାନ୍ତ କୁମାର ଜେନା ପ୍ରମୁଖ କଣ୍ଠଶିଳ୍ପୀ ଓ ବାଦ୍ୟଶିଳ୍ପୀମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।ମହାଶିବରାତ୍ରୀ ଦିନ ସକାଳୁ ନାଥେଶ୍ୱର ମହାଦେବଙ୍କ ଅଭିଷେକ ଅନୁଷ୍ଠିତ ହୋଇଥିବାବେଳେ ସନ୍ଧ୍ୟାରେ ଅନ୍ୟାନ୍ୟ ନୀତିକାନ୍ତି ସହ ରାତି ସାଢେ ୧୧ଟାରେ ମହାଦୀପ ଉଠିଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ଉପବାସ ରହି ସମାଜର କଲ୍ୟାଣ ସହିତ ନିଜ ପରିବାର ର ମଙ୍ଗଳ ମନସ୍କାମନା କରି ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ଗାଁ ରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ।