ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ । ତେବେ ଖରାପ ପାଣିପାଗ ଯୋଗୁ ଏହି ମିଶନ ସ୍ଥଗିତ ହୋଇଥିବା ଜଣାପଡିଛି । ଏନେଇ ବ୍ଲୁ ଅରିଜିନ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ କେବେ ଏହାର ପରବର୍ତ୍ତୀ ଉତକ୍ଷେପଣ ହେବ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ତେବେ ମଙ୍ଗଳ ଗ୍ରହକୁ ଯାତ୍ରାର ପ୍ରଥମ ପଦକ୍ଷେପରେ ଦୁଇ ମହାକାଶଯାନ ପଠାଇବାକୁ ସ୍ଥିର କରିଥିଲା ନାସା । ଭାରି ଉଠାଣ ଯାନଟି ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ ଫୋର୍ସ ଷ୍ଟେସନରୁ ଉଡାଣ ଭରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁ ଦୁଇ ଘଣ୍ଟାରୁ କମ ଲଞ୍ଚ ୱିଣ୍ଡୋ ମଧ୍ୟରେ ଏକାଧିକ ହୋଲ୍ଡ ଜାରି କରାଯାଇଥିଲା । ଶେଷରେ ବ୍ଲୁ ଅରିଜିନ୍ ପ୍ରାୟ ୪ଟା ୧୩ ମିନିଟରେ ଉତକ୍ଷେପଣ ବାତିଲ କରାଯାଇଥିବା ଘୋଷଣା କରିଥିଲା ।
ଖୁବଶୀଘ୍ର ମିଶନକୁ ସଫଳତାର ସହ ସମ୍ପାଦନ କରାଯିବ, ତେବେ ପୁଣିକେବେ ଦୁଇ ମହାକାଶଯାନ ପଠାଯିବ ସେନେଇ ବ୍ଲୁ ଅରିଜିନ୍ କିଛି ସ୍ପଷ୍ଟ କରାଯାଇନାହିଁ । ଗତ ଏକ ଦଶନ୍ଧି ଧରି ନ୍ୟୁ ଗ୍ଲେନର ମିଶନ ଘୋଷଣା ହେବା ପରଠାରୁ ଏହା ବହୁ ବିଳମ୍ବର ସମ୍ମୁଖୀନ ହୋଇଛି । ଚଳିତ ବର୍ଷ ଆରମ୍ଭରେ ଏହାର ପ୍ରଥମ ଉଡ଼ାଣ ପାଇଁ ବ୍ଲୁ ଅରିଜିନ୍ ଚେଷ୍ଟା କରିଥିଲେ ମଧ୍ୟ ଖରାପ ପାଗ କାରଣରୁ ହିଁ ଏହାକୁ ସ୍ଥଗିତ ରଖାଯାଇଥିଲା, ଦ୍ବିତୀୟ ପ୍ରୟାସ ସମୟରେ ମଧ୍ୟ ଏପରି କିଛି ପରିସ୍ଥିତି ଦେଖିବାକୁ ମିଳିଛି । ନ୍ୟୁ ଗ୍ଲେନରେ ଥିବା ମହାକାଶଯାନ ହେଉଛି ରକେଟ୍ ଲ୍ୟାବ୍ ଦ୍ୱାରା ନିର୍ମିତ। ମହାକାଶ ପାଣିପାଗର ପ୍ରଭାବ ଅଧ୍ୟୟନ କରିବା ପାଇଁ ନାସାର ମିଶନ ପାଇଁ ୟୁସି ବର୍କଲି ଦ୍ୱାରା ପରିଚାଳିତ ଯମଜ ଉପଗ୍ରହ । ଏହି ଦୁଇଟି ଉପଗ୍ରହକୁ ୨୦୨୭ ସୁଦ୍ଧା ମଙ୍ଗଳ ଗ୍ରହର କକ୍ଷପଥରେ ଅବସ୍ଥାପିତ କରାଯିବା ସହ ଲାଲ୍ ଗ୍ରହ ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ନାସା ।