ଭୁବନେଶ୍ଵର: କିଛି ମାସ ତଳେ ଓପନ୍ ଏଆଇରେ ଘିବଲି ଷ୍ଟାଇଲ ଫଟୋ କରିବାରେ ପାଗଳ ଥିଲେ ଯୁବପିଢୀ । ଏହି ଟ୍ରେଣ୍ଡକୁ ଫଲୋ କରି ବହୁ ସଂଖ୍ୟାରେ ଯୁବପିଢ଼ି ନିଜର ଆନିମେସନ ଫଟୋ ତିଆରି କରି ଖୁସି ହେଉଥିଲେ । ଆପଣଙ୍କର ଯେକୌଣସି ଫଟୋ ଉଠାନ୍ତୁ, ଏହାକୁ ଯେକୌଣସି AI Ghibli Style କ୍ରିଏଟର୍ ଟୁଲ୍ରେ ରଖନ୍ତୁ । ବାସ୍ କିଛି ସେକେଣ୍ଡରେ ଆପଣଙ୍କର ସୁପର୍ କ୍ୟୁଟ୍ ଫଟୋ ପ୍ରସ୍ତୁତ ହୋଇଯାଉଥିଲା । ଏହି ଧାରା କେବଳ ଆନିମେସନ୍ ପ୍ରେମୀଙ୍କ ମଧ୍ୟରେ ନୁହେଁ ବରଂ ପୁରା ବିଶ୍ଵକୁ ପାଗଳ କରି ରଖିଥିଲା । ସୋସିଆଲ ମିଡିଆ ଇନଫ୍ଲୁଏନସର, ଜନସାଧାରଣ ଏବଂ ପିଲାମାନେ ମଧ୍ୟ ଏହି ଅବତାରଗୁଡ଼ିକ ପଛରେ ବାୟା ହେଉଥିଲେ । ଏବେ କିନ୍ତୁ ଘିବିଲି ଟିକେ ପୁରୁଣା ହୋଇଗଲାଣି । ଏବେ ଯୁବପିଢୀଙ୍କୁ ପାଗଳ କଲାଣି ‘ନାନୋ ବାନାନା’ ।

ଦେଶ ଦୁନିଆ ହେଉ କି ଗାଁରୁ ସହର, ସେଲିବ୍ରିଟି ହୁଅନ୍ତୁ ଅବା ରାଜନେତା । ଏଆଇ ଥ୍ରୀଡି ଇମେଜ୍ ପାଇଁ ସବୁଠି କ୍ରେଜ୍ । ସମସ୍ତେ ହାତରେ ମୋବାଇଲ ଧରି ଏଆଇ ଟୁଲ୍ସ ଖୋଲି ଫଟୋ ତିଆରି କରୁଛନ୍ତି ଆଉ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ସେଥିପାଇଁ ତ, ଗତ ତିନିଦିନ ହେବ ସବୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆପଣ ଏମିତି ହଜାର ହଜାର ଥ୍ରୀଡି ଇମେଜ୍ ଦେଖିବାକୁ ପାଉଥିବେ। ନିଜେ ବି ନିଜର ଫଟୋରୁ ଥ୍ରୀଡି ଏଆଇ ଇମେଜ୍ କରି ତାକୁ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ଭଳି ପ୍ଲାଟଫର୍ମରେ ସେୟାର କରିଥିବେ। ଏବେ ଏହି ‘ନାନୋ ବାନାନା’ ଏକ ଗ୍ଲୋବାଲ ଟ୍ରେଣ୍ଡ ବନିସାରିଛି। ଗୁଗଲର ଭାଇସ ପ୍ରେସିଡେଣ୍ଟଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ବିଶ୍ବବ୍ୟାପି ଦୁଇ ଶହ ମିଲିୟନରୁ ଅଧିକ ଏଡିଟେଡ୍ ଇମ୍ଜେ ଜେନେରେଟ୍ କରିଛନ୍ତି ୟୁଜର୍ସ।

ସେମାନଙ୍କ ମଧ୍ୟରୁ ୧୦ ମିଲିୟନ ଲୋକେ ଜେମିନି ଆପ୍ କୁ ନୂଆ କରି ଆସିଛନ୍ତି ବା ଡାଉନଲୋଡ୍ କରିଛନ୍ତି। ଚାଟ୍ ଜିପିଟି, ଗ୍ରୋକ ଭଳି ଲୋକପ୍ରିୟ ପ୍ଲାଟଫର୍ମକୁ ଏବେ ଚ୍ୟାଲେଞ୍ଜ କରି ବେଶ୍ ଭାଇରାଲ ହେଉଛି ଗୁଗୁଲ ଜେମିନି ଏଆଇର ଏହି ନାନୋ ବାନାନା ଟ୍ରେଣ୍ଡ। ନାନୋ ବାନାନା ଟୁଲ୍ ଏହାର ଗତି ଏବଂ ସଠିକତା ଯୋଗୁଁ ଲୋକପ୍ରିୟ ହୋଇଯାଇଛି। ଏହା ମାଧ୍ୟମରେ ଆପଣ ସହଜରେ 3D ଇମେଜ୍ ତିଆରି କରାଯାଇପାରିବ। ଆପଣ କେବଳ ଏକ ଛୋଟ ଟେକ୍ସଟ୍ ପ୍ରମ୍ପ୍ଟ ସାହାଯ୍ୟରେ ଆପଣଙ୍କ ଆବଶ୍ୟକତା ଅନୁସାରେ ଏକ ଫଟୋ ପ୍ରସ୍ତୁତ କରିପାରିବେ। ଏଥିପାଇଁ ଦରକାର କେବଳ ଆପଣଙ୍କର ଏକ ଫଟୋ ଏବଂ ଛୋଟିଆ ପ୍ରମ୍ପ୍ଟ । ବାସ୍ ଫଟୋ ରେଡି । ତେବେ ଆସନ୍ତୁ ଜାଣିବା କେମିତି କରିବେ ଫଟୋ ଜେନେରେଟ୍…

କେମିତି କରିବେ ଫଟୋ ଜେନେରେଟ୍
3D ଇମେଜ ତିଆରି କରିବା ପାଇଁ ପ୍ରଥମେ ବ୍ରାଉଜରକୁ ଯାଆନ୍ତୁ ଏବଂ Tri Gemini ଉପରେ କ୍ଲିକ୍ କରନ୍ତୁ। ଏହା ପରେ ଆପଣଙ୍କର Google ଆକାଉଣ୍ଟରେ ଲଗ୍ ଇନ୍ କରନ୍ତୁ। ଏହା ପରେ Geminiର ପ୍ୟାନେଲ୍ ଖୋଲିବ। ପ୍ୟାନେଲ୍ ଖୋଲିବା ପରେ ପ୍ଲସ୍ ସାଇଜ୍ ଉପରେ କ୍ଲିକ୍ କରନ୍ତୁ। ଯେଉଁଥିରେ ଅପଲୋଡ୍ ଫାଇଲ୍ସ ବିକଳ୍ପ ଆସିବ। ଫଟୋ ଅପଲୋଡ୍ କରିବା ପରେ ତଳେ ପ୍ରମ୍ପ୍ଟ ଲେଖନ୍ତୁ। ଏହା ପରେ run ଉପରେ କ୍ଲିକ୍ କରନ୍ତୁ ଏବଂ ଏବେ କିଛି ସେକେଣ୍ଡ ଅପେକ୍ଷା କରନ୍ତୁ। ଫଟୋଟି ଆପଣଙ୍କ ସ୍କ୍ରିନରେ ଦେଖାଯିବ। ଆପଣ ଫଟୋକୁ ଡାଉନଲୋଡ୍ କରିପାରିବେ ଏବଂ ଏହାକୁ ସୋସିଆଲ ମିଡିଆରେ ସେୟାର କରିପାରିବେ। ତେବେ ଆପଣ ଆପଣଙ୍କ ପସନ୍ଦ ଅନୁସାରେ ଆପଣଙ୍କର ଫଟୋଗୁଡ଼ିକୁ ଏଥିରେ ଏଡିଟ୍ କରିପାରିବେ। ଆପଣଙ୍କୁ କେବଳ ପ୍ରମ୍ପ୍ଟରେ ସ୍କ୍ରିପ୍ଟ ଲେଖିବାକୁ ପଡିବ। ଏଥିରେ ଆପଣ ଆପଣଙ୍କ ପସନ୍ଦ ଅନୁସାରେ ପ୍ରଭାବ ଯୋଡିପାରିବେ।
