ଆଖି ବୁଜିଲେ ନନ୍ଦିଶଙ୍କ ଭାଇ ଓଙ୍କାର ସିଂ ସାନ୍ଧୁ 

ଭାଇଙ୍କ ଦେହାନ୍ତ ପରେ ନନ୍ଦିଶ ତାଙ୍କ

(ମୁମ୍ବାଇ) : ପରଲୋକରେ ନନ୍ଦିଶଙ୍କ ଭାଇ ଓଙ୍କାର ସିଂ ସାନ୍ଧୁ  । ଭାଇଙ୍କ ଦେହାନ୍ତ ପରେ ନନ୍ଦିଶ ତାଙ୍କ ଇନଷ୍ଟାଗ୍ରାମରେ ଏକ ଦୁଃଖଦ କ୍ୟାପସନ୍ ସହ ଭାଇ ଓଙ୍କାରଙ୍କ ଫଟୋ ପୋଷ୍ଟ କରିଥିବା ଦେଖାଯାଇଛି। ତେବେ ସେ ଭାଙ୍ଗିପଡିଛନ୍ତି । ତାଙ୍କ ଭାଇକୁ ସେ ବହୁତ ଭଲ ପାଉଥିଲେ । ତାଙ୍କୁ ବହୁତ ମିସ କରିବେ ବୋଲି ଜଣାଇଛନ୍ତି ।

 

ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, “ଏହିଭଳି ଭାବେ ତୁମେ ସର୍ବଦା ସ୍ମରଣୀୟ ହୋଇ ରହିବ। ହସୁଥିବା, ଖୁJସି ବାଣ୍ଟୁଥିବା, ଜୀବନକୁ ମନ ଖୋଲି ବଞ୍ଚୁଥିବା ଜଣେ ପ୍ରକୃତ ଯୋଦ୍ଧା ଭାବରେ ତୁମେ ସ୍ମରଣୀୟ ହୋଇ ରହିବ। ଆର ଦୁନିଆରେ ଦେଖା ହେବ ସାନ ଭାଇ। ତୁମେ ଆମ ସମସ୍ତଙ୍କୁ ହସି ହସି ଶେଷ ପର୍ଯ୍ୟନ୍ତ ଲଢ଼ିବା ଶିଖାଇଲ। ମୁଁ ପ୍ରତିଜ୍ଞା କରୁଛି ମୋ ଜୀବନର ପ୍ରତ୍ୟେକ ଦିନ ତୁମକୁ ମନେ ପକାଇବି।