ଭୁବନେଶ୍ଵର: ନନ୍ଦନକାନନ ପାଇଁ ଖୁସି ଖବର। ନନ୍ଦନକାନନରେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଗତ ୨୯ରେ ଜନ୍ମ ନେଇଥିଲେ ୭ ହଳଦିଆ ଆନାକୋଣ୍ଡା ଶାବକ। ଏହାକୁ ମିଶାଇ ନନ୍ଦନକାନନରେ ହେଲେ ୨୫ ହଳଦିଆ ଆନାକୋଣ୍ଡା। ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି। ତେବେ ଚଳିତ ସପ୍ତାହରେ ଏହା ଦ୍ବିତୀୟ ପ୍ରଜନନ। ୨୦୧୯ ଅକ୍ଟୋବରରେ ମାଡ୍ରାସ୍ କୁମ୍ଭୀର ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ନନ୍ଦନକାନନକୁ ଆନାକୋଣ୍ଡା ଅଣାଯାଇଥିଲା । ଶେଷଥର ୨୦୨୨ରେ ନନ୍ଦନକାନନରେ ୯ଟି ଆନାନୋଣ୍ଡା ଜନ୍ମ ନେଇଥିଲେ । ପୁଣି ୩ ବର୍ଷ ପରେ ଏମାନଙ୍କ ବଂଶ ବୃଦ୍ଧି ପାଇଛି । ଅନ୍ୟପଟେ ସେପଟେ ନିକଟରେ ଦୀର୍ଘ ୩୩ ବର୍ଷ ପରେ ବିରଳ ପ୍ରଜାତିର ସବୁଜ ଇଗୁଆନ ଜନ୍ମ ହୋଇଥିଲା । ଏହାକୁ ମିଶାଇ ନନ୍ଦନକାନନରେ ଇଗୁଆନ ସଂଖ୍ୟା ୧୭ରେ ପହଂଚିଛି । ୩ଟି ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ସରୀସୃପ ଉଦ୍ୟାନର ଖୁଆଡ଼ରେ ସ୍ଵତନ୍ତ୍ର ଯତ୍ନ ନିଆଯାଉଛି । ଅନ୍ୟ ଦୁଇଟି ଶାବକଙ୍କୁ ଶିଶୁ ଲାଳନପାଳନ କେନ୍ଦ୍ରରେ ରଖାଯାଇଛି।