ଆଫ୍ରିକାର ପର୍ବତ ଶୃଙ୍ଗରେ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କଲେ ପୁରୀ ପୁଅ ଚିନ୍ମୟ

(ପୁରୀ/ଜୟନ୍ତ କୁମାର ସେଠୀ): ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ କରି ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ କରିଛନ୍ତି। ଗୁରୁବାର ଦିନ ଚିନ୍ମୟ ଏହି ଶୃଙ୍ଗ ଆରୋହଣ କରି ନାଗାର୍ଜୁନ ବେଶ ସହ ଜାତୀୟ ପତାକା ପ୍ରଦର୍ଶନ କରିଥିଲେ। ଏହି ଯାତ୍ରା ପାଇଁ ରାଜ୍ୟ ସରକାର,ଓ ଏମ୍ ସି ଓ ଜିଲ୍ଲା ପ୍ରଶାସନ ଚିନ୍ମୟଙ୍କୁ ସହଯୋଗ କରିଥିଲେ। ଚିନ୍ମୟ ଚଳିତ ମାସ ୩ ତାରିଖରେ ସାଉଥ୍ ଆଫ୍ରିକାର କିଲିମାଞ୍ଜାର ଶୃଙ୍ଗର ୧୯,୩୪୧ ଫୁଟ ଆରୋହଣ କରିବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଚିନ୍ମୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।