ନୂଆଦିଲ୍ଲୀ: ପରଲୋକରେ ନାଗାଲାଣ୍ଡ ରାଜ୍ୟପାଳ ଲା ଗଣେଶନ । ୮୦ ବର୍ଷ ବୟସରେ ଲା ଗଣେଶନଙ୍କ ପରଲୋକ ହୋଇଛି । ଅଗଷ୍ଟ ୮ରେ ଚେନ୍ନାଇ ସ୍ଥିତ ବାସଭବନରେ ପଡ଼ିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହାପରେ ଚେନ୍ନାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ୍ ତାଙ୍କ ସ୍ୱାସ୍ଥ୍ୟର ନୀରକ୍ଷଣ କରୁଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ୧୬ ଫେବୃଆରୀ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ। ଗଣେସନ ୨୦ ଫେବୃଆରୀ ୨୦୨୩ରେ ନାଗାଲ୍ୟାଣ୍ଡର ୧୯ତମ ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ପୂର୍ବରୁ, ଗଣେସନ ୨୭ ଅଗଷ୍ଟ ୨୦୨୧ ରୁ ୧୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ମଣିପୁରର ୧୭ତମ ରାଜ୍ୟପାଳ ଏବଂ ୨୮ ଜୁଲାଇ ୨୦୨୨ ରୁ ୧୭ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ (ଅତିରିକ୍ତ ଦାୟିତ୍ୱ) ଭାବରେ କାର୍ଯ୍ୟ କରିଛନ୍ତି।