ଶନିବାର ରାତି ସମୟ । ଗେଙ୍ଗାଲୁରୁ ବସନ୍ତପୁରା ଅଂଚଳରେ ଅଘଟଣ । ଫୁଟପାତରେ ଚାଲି ଚାଲି ସମୟ କାଟୁଥିଲେ ସ୍ଥାନୀୟ ବାସିନ୍ଦା ପ୍ରେମା ଏସ ଓ କ୍ରିଷ୍ଣା ବି । ସେମାନେ କିଛି ଭାବିବା ଚିନ୍ତା କରିବା ଆଗରୁ ହଠାତ୍ ଏକ ଦ୍ରୁତ ଗତିର କାର ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଧକ୍କା ଦେଇ ଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କନ୍ନଡ ସିନେ ଦୁନିଆର ଜଣାଶୁଣା ଅଭିନେତା ନାଗଭୂଷଣ । ଘଟଣା ସ୍ଥଳରୁ ପଳାଇଥିଲେ । ଘଟଣାସ୍ଥଳରେ ଯନ୍ତ୍ରଣା ଛଟପଟ ହେବା କିଛି ସମୟ ପରେ ଉଭୟଙ୍କୁ ଡାକ୍ତରଖାନା ନେଇଥିଲେ । ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାମୀଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ।
ଦୁର୍ଘଟଣା ଘଟାଇବା କିଛି ଘଂଟା ପରେ ଅଭିନେତାଙ୍କୁ ଗିରଫ କରିଥିଲା ପୁଲିସ । ତେବେ କିଛି ଘଂଟା ପରେ ତାଙ୍କୁ ଜାମିନ ମଧ୍ୟ ମିଳିଛି । ମୃତ ମହିଳାଙ୍କ ପରିବାର ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରି ରାସ୍ତା ଉପରେ ଧାରଣା ଦେଇଛନ୍ତି ।
ବେଙ୍ଗାଲୁରୁ ପୁଲିସ କହିଛି ଦ୍ରୁତ ବେଗରେ ଗାଡି ଚଳାଇ ନାଗଭୂଷଣ ଆସୁଥିବା ସମୟରେ ପ୍ରଥମେ ଦମ୍ପତିଙ୍କ ସହ ଧକ୍କା କରିଥିଲେ । ନିୟନ୍ତ୍ରଣ ହରାଇ ଫୁଟପାତକୁ ତାଙ୍କ ଗାଡି ମାଡିଯିବା ଫଳରେ ଦମ୍ପତିଙ୍କୁ ଧକ୍କା ଦେଇଥିଲା କାର । ପରେ ଏକ ବିଦ୍ୟୁତ ଖୁଂଟରେ ଯାଇ ପିଟି ହୋଇଥିଲା କାର ।
କଳାକାର ଓ ହିଟ ଆଣ୍ଡ ରନ ମାମଲା କିଛି ନୂଆ ନୁହେଁ । ନିକଟରେ କନ୍ନଡ ସିନେ କଳାକାର ଚନ୍ଦ୍ରପ୍ରଭା କାର ଯୁବକଙ୍କ ଧକ୍କା କରି ଖବରକୁ ଆସିଥିଲେ । ସେପଟେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ୨୦୦୨ ମସିହାର ବହୁ ଚର୍ଚ୍ଚିତ ହିଟ ଆଣ୍ଡ ରନ ମାମଲା ଆଜି ବି ସମସ୍ତେ ମନେ ରଖିଛନ୍ତି ।