କ୍ରାଇମ୍‌ବ୍ରାଞ୍ଚ ହାତରେ ହତ୍ୟାର ସୁରାକ୍‌ | ଥାନା ପାଇଖାନାରୁ ମିଳିଛି ଗୋପାଳର ହାତଲେଖା ଚିଠି |

ଭୁବନେଶ୍ୱର : ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ବଡ଼ ସୁରାକ୍‌ । ଅଭିଯୁକ୍ତ ଗୋପାଳ ଦାସ ପାଇଖାନା ଟାଙ୍କିରେ ଲୁଚାଇ ରଖିଥିଲା ତଥ୍ୟ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନl ଟାଙ୍କିରେ ଖୋଳାଖୋଳି କରାଯାଇଛି । ଥାନା ପାଇଖାନାରୁ ମିଳିଛି ଗୋପାଳର ହାତଲେଖା ଚିଠି |

ନବଙ୍କୁ ହତ୍ୟା ପଛର ସମସ୍ତ ପ୍ରମାଣ ନଷ୍ଟ କରିଦେବାକୁ ସବୁ ଉଦ୍ୟମ କରିଥିଲା ଗୋପାଳ । କିନ୍ତୁ ପ୍ରମାଣ ନଷ୍ଟ କରିବାକୁ ସତ ହୋଇପାରିନଥିଲା ସଫଳ | ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବା ବେଳେ ରହିଯାଇଛି ଅନେକ କିଛି | ଲିଭି ଯାଇଥିବା ସୁରାକକୁ ଉଦ୍ଧାର ପାଇଁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି । ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା l ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଏଣୁ ଟାଙ୍କି ଖୋଳତାଡ଼ କରିଆଯାଇଥିଲା | ଯାହାପରେ ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।