ଜେଲରେ ଥିବା ବେଳେ ନାଗିନ ଡ୍ୟାନ୍ସ କରିଛି, ଗୋଟିଏ ସିଙ୍ଗଡା ପାଇ ଖୁସି ହୋଇଛି: ରିୟା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ରିଆଲିଟି ସୋ’ ରୋଡିଜରେ ଜଣେ ଗ୍ୟାଙ୍ଗ ଲିଡର ଭାବରେ ନଜର ଆସୁଛନ୍ତି। ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ବିଶେଷ କରି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କୁ ଅନେକ ବିବାଦର ସାମ୍ନା କରିବାକୁ ପଡ଼ିଥିଲା।

ଗୁରୁବାର ଦିନ ସେ ‘ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୩’ ରେ ଅଂଶଗ୍ରହଣ କରିଥିଲେ ଏବଂ ପ୍ରତ୍ୟେକ ପ୍ରଶ୍ନର ଖୋଲାଖୋଲି ଉତ୍ତର ଦେଇଥିଲେ। ଏହି ସମୟରେ ଜେଲରେ ଥିବା ସମୟର ଅଭିଜ୍ଞତା କିଭଳି ଥିଲା, ତାହା ଜଣାଇଥିଲେ ରିୟା।

୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ରିୟା ଜେଲରେ ବିତାଇଥିବା ଦିନ ବିଷୟରେ ସାକ୍ଷାତକାରରେ ଜଣାଇଛନ୍ତି। ସେ କହିଛନ୍ତି ଯେ, ଜେଲରେ ରହିବା ମୋ ପାଇଁ କଷ୍ଟକର ଥିଲା। ହଠାତ୍ ପରିବାରଠୁ ଅଲଗା ହୋଇ ଅନେକ ନୂଆ ଚେହେରାକୁ ଦେଖିଥିଲି। ହେଲେ ସେଠାକୁ ଯିବା ପରେ ଖୁସି କାହାକୁ କୁହନ୍ତି, ତାହା ଦେଖିଲି। ସେଠାରେ ରହୁଥିବା କଏଦୀ ଗୋଟିଏ ସିଙ୍ଗଡା ପାଇ ବହୁତ ଖୁସି ହୋଇଯାଉଥିଲେ। ଦିନ ବିତିବା ସହ ମୁଁ ଜେଲ‌ ଭିତରେ ଅନେକ ପ୍ରକାରର ଲୋକଙ୍କୁ ଭେଟିଲି ଓ ଜାଣିଲି। ମୁଁ ସେମାନଙ୍କୁ କହିଥିଲି, ଯେଉଁଦିନ ମୋତେ ଜାମିନ ମିଳିବ ମୁଁ ନାଗିନ ଡ୍ୟାନ୍ସ କରିବି।