ଖାରବେଳ ନଗର ଶାସ୍ତ୍ରୀନଗରରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ

ଭୁବନେଶ୍ୱର( ସରୋଜ ରାଉତ) ଖାରବେଳ ନଗର ଶାସ୍ତ୍ରୀନଗରରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ଅଭିଯୋଗ । ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ମୃତ ମହଳା ଜଣକ ହେଲେ ଶଭୁଶ୍ରୀ ମହାପାତ୍ର । ତାଙ୍କୁ ହତ୍ୟା କରାଯାଇଥିବାନେଇ ତାଙ୍କ ସ୍ୱାମୀ ଅନନ୍ତ ନାରାୟଣ ନାଥ ଖାରବେଳ ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପଲୁସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍ ନେଇଛି । ମୃତଦେହ ମିଳିଥିବା ଘରକୁ ପୋଲିସ୍ ସିଲ କରି ରାତିତମାମ ଜଗି ରହଛି । ଆଜି ସକାଳୁ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁଯାଇ ଯାଞ୍ଚ କରିବ। ମହିଲାଙ୍କୁ କିଏ ଏବଂ କାହିଁକି ହତ୍ୟା କଲା ସେ ନେଇ ପୋଲିସ୍ ତଦନ୍ତ କରୁଛି ।