ମଦ ପିଇ ଗଣ୍ଡଗୋଳରୁ ହତ୍ୟା: ୩ ଯୁବକ ଥାନାରେ ଅଟକ

ସାଲେପୁର: ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ମହାଜନପୁର ପାଣି ଟାଙ୍କି ପରିସରରେ ୩ ଜଣ ଯୁବକ ମଦ୍ୟପାନ କରି ନିଜ ଭିତରେ ମାଡପିଟ୍ ଓ ଠେଲାପେଲା ହେବାରୁ ଜଣେ ଏକ ସିମେଣ୍ଟ ଚଟାଣରେ ପଡ଼ିଥିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ସେଠାରେ ଡାକ୍ତର ଗୁରୁତରଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ନାଁ ହେଲା ହୃଷିକେଶ ମଲ୍ଲିକ। ଗଣ୍ଡଗୋଳ କରିଥିବା ଯୁବକ ବଟକୃଷ୍ଣ ମଲ୍ଲିକଙ୍କୁ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଥାନା ରେ ଅଟକ ରଖିଛି। ବଟକୃଷ୍ଣ ଓ ମୃତକ ହୃଷିକେଶ ସଂପର୍କୀୟ ଭାଈ ହୋଇଥିବା ବେଳେ ଅନ୍ୟ ଯୁବକ କାଳିଆ ମଲିକ ସେ ଦୁଇ ଭାଈ ଭିଣୋଇ ବୋଲି ସୂଚନା ମିଳିଛି।